ନିତ୍ୟ ବ୍ୟବହୃତ ଜିିନିଷର ଏକ୍ସପାୟାରୀ ଡେଟ୍

ଜୀବଜନ୍ତୁଙ୍କ ପରି ସବୁ ଜିନିଷର ବି ନିର୍ଦ୍ଦିଷ୍ଟ ଆୟୁଷ ବା ବୟସ ଥାଏ । ସାଧାରଣତଃ ଘରେ ଏମିତି ଅନେକ ନିତ୍ୟ ବ୍ୟବହୃତ ଜିନିଷ ଥାଏ, ଯାହାକୁ ଆମେ ବର୍ଷ ବର୍ଷ ଧରି ବ୍ୟବହାର କରିଥାଉ । ଏ ସବୁ ଜିନିଷର ଖରାପ ହେବା ଯାଏ କିମ୍ବା ନଭାଙ୍ଗିବା ଯାଏ ଆମେ ତାକୁ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ମେଡିସିନ୍ ପରି ଏସବୁ ଦୈନନ୍ଦିନ ବ୍ୟବହୃତ ଜିନିଷର ବି ଏକ୍ସପାୟାରୀ ଡେଟ୍ ଅଛି? ଆସନ୍ତୁ ଜାଣିବା କିଛି ନିର୍ଦ୍ଦିଷ୍ଟ ଜିନିଷର କେତେ ଦିନ ବ୍ୟବହାର କରି ତାକ ବଦଳାଇବା ଉଚିତ ।
ବର୍ଷକ ମଧ୍ୟରେ ବଦଳାନ୍ତୁ ଗାମୁଛା:ଅନେକ ଲୋକ ଗାମୁଛା ଥରେ କିଣିଲେ ୨ରୁ ୩ ବର୍ଷ ଏହାକୁ ବ୍ୟବହାର କରିବା ପାଇଁ ଚିନ୍ତା କରିଥାନ୍ତି । ଯଦି ଆପଣ ବି ଏପରି ଚିନ୍ତା କରୁଥିବେ ତେବେ ଆଜି ହିଁ ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ । ଗାମୁଛାକୁ ପ୍ରାୟ ବର୍ଷେ ବ୍ୟବହାର କରିବା ପରେ ଏହାକୁ ବଦଳାଇବା ନିହାତି ଜରୁରୀ । ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଗାମୁଛା ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ମୁଲାୟମପଣ ଶେଷ ହୋଇଯାଇଥାଏ । ଫଳରେ ଗାମୁଛାଟି ଆମ ଚର୍ମକୁ ପ୍ରଭାବିତ କରିଥାଏ ।
୬ ମାସ ମଧ୍ୟରେ ପରିବର୍ତ୍ତନ କରନ୍ତୁ ପାନିଆ:ଯେଉଁପରି ଗାମୁଛାକୁ ବର୍ଷେ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ ଠିକ ସେହିପରି ଆମେ କେଶ କୁଣ୍ଡାଇବା ପାଇଁ ବ୍ୟବହାର କରୁଥିବା ପାନିଆକୁ ମଧ୍ୟ ପ୍ରାୟ ୬ ମାସ ପରେ ପରିବର୍ତ୍ତନ କରନ୍ତୁ । କାରଣ ଦୈନିକ ବ୍ୟବହାର ଦ୍ୱାରା ପାନିଆ ଦାନ୍ତର ତୀକ୍ଷ୍ମତା ବୃଦ୍ଧି ପାଏ । ଫଳରେ ମୁଣ୍ଡ କୁଣ୍ଡାଇବା ବେଳେ ଏହା ଆମକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥାଏ ।
ନିଜ ସାବୁନକୁ କାହାକୁ ଦିଅନ୍ତୁ ନାହିଁ: ଘରେ ଅନେକ ପ୍ରକାର ଲୋକ ରହିଥାନ୍ତିି । କିନ୍ତୁ ସାଧାରଣତଃ ଆମ ଘର ଗୁଡିକରେ ଦେଖାଯାଏ ଯେ, ଗୋଟିଏ ସାବୁନ ହିଁ ସମସ୍ତେ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଘରେ ବି ଏପରି କରୁଛନ୍ତି ତେବେ ଅଭ୍ୟାସ ବଦଳାଇ ଦିଅନ୍ତୁ । କାରଣ ଏହା ଦ୍ୱାରା ରୋଗ ସଂକ୍ରମଣ ଶୀଘ୍ର ହୋଇଥାଏ । ତେଣୁ ଘରର ସମସ୍ତ ସଦସ୍ୟ ଅଲଗା ଅଲଗା ସାବୁନ ବ୍ୟବହାର କରିବା ଉଚିତ ।
ଟୁଥ୍ ବ୍ରସ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ: ଦୈନିକ ସକାଳର ପ୍ରଥମ କାମ ହେଲା ଦାନ୍ତ ଘଷିବା ବା ବ୍ରସ କରିବା ଦେଖାଯାଏ ଅନେକ ଲୋକ ନିଜ ଟୁଥ ବ୍ରସ ବର୍ଷ ବର୍ଷ ଧରି ବ୍ୟବହାର କରନ୍ତି । କିନ୍ତୁ ଏହା ଶରୀର ପାଇଁ ଅସ୍ୱାସ୍ଥ୍ୟକର । ବ୍ରସ ଟାଣ ହୋଇ ଏହା ଦାନ୍ତକୁ କ୍ଷତି ପହଞ୍ଚାଇବାରେ ଆଶଙ୍କା ଥାଏ । ଡାକ୍ତରଙ୍କ ପରାମର୍ଶ ହେଲା ପ୍ରତି ୩ରୁ ୪ ମାସରେ ଆମେ ବ୍ରସ ବଦଳାଇବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ