ନିମାପଡାରେ ଧାନମଣ୍ଡି ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ପରିସରରେ ଦୁଇଟି ସେବା ସମବାୟ ସମିତି ର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ,ସାଂସଦ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ ବିଷ୍ଣୁପୁର ଓ ଅଂଶାଲୋ ସେବା ସମବାୟ ସମିତି ର ଧାନମଣ୍ଡି କୁ ଉଦଘାଟନ କରିଥିଲେ ।ଭୋଗ ସାଳଦା ପଞ୍ଚାୟତ ସମିତିସଭ୍ୟ ସନ୍ଧ୍ୟା ରାଣୀ ବିଶ୍ଵାଳ ,ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ,ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହଉଡା ସିଂ, ନିମାପଡ଼ା ଯୋଗାଣ ଅଧିକାରୀ ଦୀପ୍ତି ରଞ୍ଜନ ଇନ୍ଦ୍ର ସିଂ , ଏ ରି ଆ ଅଫିସର୍ ସନ୍ତୋଷ ସେଠୀ ,କନିଷ୍ଠ କିରାଣି ଅମିୟ କୁମାର ନାୟକ,ବିଷ୍ଣୁପୁର ସେବା ସମବାୟ ସମିତି ସଭାପତି ଚିନ୍ମୟ କୁମାର ପରିଜା ,ସମ୍ପାଦକ ପ୍ରଶାନ୍ତ ରାଉତ ,ଅଂଶାଲୋ ସମିତି ସଭାପତି ସ୍ୱପ୍ନେଶ୍ୱର ଲେଙ୍କା, ସମ୍ପାଦକ ତ୍ରିନାଥ ରାଉତ, ପ୍ରବୋଧ ପ୍ରଧାନ ,ପୂର୍ବତନ ସରପଂଚ ବାଳକୃଷ୍ଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଥମ ଦିନରେ ବିଷ୍ଣୁପୁର ସେବା ସମବାୟ ସମିତିର ୩୦୦ କ୍ୟୁଣ୍ଟାଲ ଓ ଅଂଶାଲୋ ସମିତି ର ୧୦୦ କ୍ୟୁଣ୍ଟାଲ ଧାନ ଚାଷୀ ଙ୍କ ଠାରୁ କ୍ରୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ