ନିମାପଡ଼ା ବ୍ଲକ ସମ୍ମୁଖରେ ବିଜେପିର ଗଣଧାରଣା

ନିମାପଡ଼ା, (ସନ୍ତୋଷ ଦାଶ)ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅନିୟମିତତା ଓ ଯୋଗ୍ୟଙ୍କୁ ବଞ୍ଚିତକରି ଅଯୋଗ୍ୟ ଙ୍କୁ ଚଞ୍ଚକତା କରାଯାଇ ଆବାସ ପ୍ରଦାନ କରାଯାଉଥିବାରୁ ଆଜି ବିଜେପି ଧନୁଆ ମଣ୍ଡଳ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।ଧନୁଆ ମଣ୍ଡଳ ବିଜେପି ନେତୃତ୍ଵ ମାନେ ଅଭିଯୋଗ କରିଛନ୍ତି ଯେ ଗତ ୩ .୫.୨୦୧୯ ରେ ଘଟିଥିବା ପ୍ରଳୟଙ୍କରି ବାତ୍ୟା (ଫନି)ଦ୍ଵାରା କ୍ଷତିଗ୍ରସ୍ତ ଓ ବାସହୀନ ହିତାଧିକାରୀ ମାନଙ୍କୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଥିଲା ।ମାତ୍ର ବ୍ଲକ ପକ୍ଷରୁ ନିଯୁକ୍ତ ତଦନ୍ତ ଅଧିକାରୀ ମାନେ ବାରମ୍ବାର ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦେବା ସହିତ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକା ଭୂକ୍ତ କରି ପ୍ରତି ପଞ୍ଚାୟତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଲିକାଭୁକ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି । ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ,ଦେବାଶିଷ ଆଚାର୍ଯ୍ୟ ,ବିଜୟ ପ୍ରଧାନ,ପରେଶ୍ କୁମାର ଜେନା, ସନ୍ତୋଷ କୁମାର ପରିଡ଼ା ,ପ୍ରସନ୍ନ ଦାସ,ନିରଞ୍ଜନ ନାୟକ,ବିଜୟ ପଣ୍ଡା,ସ୍ବପ୍ନ କୁମାର ମିଶ୍ର,ଯତୀନ୍ଦ୍ର ସ୍ବାଇଁ ,ସନ୍ତୋଷ ରଥ,ପ୍ରମୁଖ ଙ୍କ ନେତୃତ୍ୱରେ ଏହି ଗଣଧାରଣା ଦିଆଯାଇଛି।ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଧାରଣା ଚାଲୁ ରହିବ ବୋଲି କର୍ମୀ ମାନେ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ