ନିମାପଡାରେ ବଢିଲା କରୋନା କଟକଣା
ଅମାନିଆଙ୍କ ଠାରୁ ପୋଲିସ ଆଦାୟ କଲା ଜୋରିମାନା
ନିମାପଡା, (ସନ୍ତୋଷ ଦାଶ)ନିମାପଡା ଅଞ୍ଚଳରେ କରୋନା କଟକଣାକୁ ଜୋରଦାର କରାଯାଇଛି । ପ୍ରତ୍ୟେକ ଛକ ମାନଙ୍କରେ ପୋଲିସ ଜଗିରହି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛି । ଜିଲ୍ଲାରେ ସଂକ୍ରମଣ ବେଳକୁ ବେଳ ବଢୁଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୁରୀ ଜିଲ୍ଲା ଅଞ୍ଚଳରେ ଗୋଟିଏ ଦିନରେ ୪୩ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଜିଲ୍ଲା ପ୍ରଶାସନ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଛି ।ନିମାପଡା ପୋଲିସ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଇବା ସହ ଗୋଲେଇ ଛକ, ଷ୍ଟେଟ ବ୍ୟାଙ୍କ ଛକ, ପରିବା ମାର୍କେଟ ବ୍ଲକ ଛକ ଆଦି ଅଞ୍ଚଳରେ ବିନା ମାସ୍କରେ ବଜାରକୁ ଆସିଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ସାମଜିକ ଦୂରତା ଉପରେ ଗୁରୁତ୍ବ ଦେଇଛି । ଥାନା ଅଧିକାରୀ ଜନାର୍ଦ୍ଦନ ପାଢୀଙ୍କ ନେତୃତ୍ବରେ ତିନୋଟି ଟିମ କରୋନା ସଚେତନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଜ୍ଞାପିତ ଅଞ୍ଚଳ ସାପ୍ତାହିକହାଟ ବିଶେଷ ଗହଳି ହେଉଥିବା ବେଳେ ଜନସାଧାରଣ ସାମାଜିକ ଦୂରତ୍ୱ ନରଖି ବିନା ମାସ୍କ ରେ ଏକତ୍ରିତ ହେଉଛନ୍ତି । ଯାହାଦ୍ୱାରା ଅଧିକ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ଏହି ଘଟଣା ପ୍ରତି ପୋଲିସ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ କିମ୍ବା ତହସିଲ ପକ୍ଷରୁ ଅଧିକାରୀ ମାନେ କଟକଣା ସଂପର୍କିତ କୌଣସି
କାର୍ଯ୍ୟ କରୁ ନଥିବା କାରଣରୁ ଅସନ୍ତୋଷ ଦେଖାଦେଇଛି ।