ନିମ୍ନମୁଖି ସୁନା କମିଲା ୩୨ଠ ଟଙ୍କା

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ହ୍ରାସ୍ ଯୋଗୁଁ ଏହାର ଦାମରେ ନିମ୍ନମୁଖି ହୋଇଛି । ଯଦ୍ୱାରା ମଙ୍ଗଳବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୩୨୦ଟଙ୍କା ହ୍ରାସ୍ରେ ଦୁଇ ସପ୍ତାହର ନିମ୍ନ ତମ ସ୍ତରକୁ ଯାଇ ୩୩,୪୫୦ ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା କମିବା ଯୋଗୁଁ ରୁପା କିଲୋପ୍ରତି ୪୫୦ଟଙ୍କା ହ୍ରାସରେ ୩୯,୫୦୦ ଟଙ୍କାରେ ବିକ୍ରି ହୋଇଛି । ଡଲାରରେ ହୋଇଥିବା ବୃଦ୍ଧି ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ହ୍ରାସ୍ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୨.୦୩% ହ୍ରାସ୍ ପାଇ ୧,୨୮୪.୭୦ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ଆଉନ୍ସ ପ୍ରତି ୨.୧୦ ଡଲାର ହ୍ରାସ୍ରେ ୧,୨୮୫.୪୦ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୦୫% ଡଲାର ବୃଦ୍ଧିରେ ୧୫.୦୭ଡଲାରରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ