ନିଯୁକ୍ତି ଦାବିରେ‘ଅଲ ଇଣ୍ଡିଆ ଆନଆମ୍ପେ୍ଲାଏଡ ୟୁଥ ଷ୍ଟ୍ରଗଲ କମିଟି’ର ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :ବିଇଡି ଓ ସିଟି ପ୍ରଶିକ୍ଷଣପ୍ରାପ୍ତ ଯୁବକ ଯୁବତୀଙ୍କୁ ନେଇ ଗଠିତ ‘ଅଲ ଇଣ୍ଡିଆ ଆମ୍ପେ୍ଲାଏଡ ୟୁଥ ଷ୍ଟ୍ରଗଲ କମିଟି’ର ବାଲେଶ୍ୱର ଶାଖା ପକ୍ଷରୁ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । କମିଟିର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ ସହ ସାମ୍ପ୍ରତିକ ସ୍ଥିତିରେ ବାଲେଶ୍ୱର ଜିଲା ସମେତ ସମଗ୍ର ଓଡ଼ିଶାରେ ବୃଦ୍ଧି ପାଇଥିବା ଉତ୍କଟ ବେକାରୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ବେକାର ସମସ୍ୟା ଦୂରୀକରଣ ପାଇଁ ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀମାନଙ୍କୁ ତୁରନ୍ତ ନିଯୁକ୍ତ ପ୍ରଦାନ ନିମନ୍ତେ କମିଟି ପକ୍ଷର ଦାବି ହୋଇଛି । ସେହିଭଳି ଛାତ୍ରସଂଖ୍ୟା କମ ଦର୍ଶାଇ ବିଦ୍ୟାଳୟ ବନ୍ଦ କରିବା ନେଇ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ୟମ ବାତିଲ କରିବା, ଶିକ୍ଷାର ବ୍ୟବସାୟୀକରଣ ରୋକିବା, ଘରୋଇ କରଣ ବନ୍ଦ କରିବା ଓ ବିଇଡି ତଥା ସିଟି କଲେଜରେ ନାମଲେଖା ଆରମ୍ଭ କରିବା ପାଇଁ କମିଟିର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।ଏନେଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସୁଦର୍ଶନ ଦାସ, ସୁଶାନ୍ତ ଜେନା, ସସ୍ମିତା ମହାନ୍ତି, ତାପସ ବାରିକ, ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ