ନିରାଡମ୍ବର ଭାବେ ପୂଜା ପାଇଲେ ଦେବାଦେବୀ, ମନ୍ଦିରରେ ତାଲା

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ କଟକଣାକୁ କଡାକଡି କରିଛନ୍ତି । ସୋମବାର ମହାବିଷୁବ ସଂକ୍ରାନ୍ତୀ ଅବସରରେ ବିଭିନ୍ନ ଦେବାଦେବୀ ପୀଠରେ ଭକ୍ତଙ୍କ ସମାଗମ ବିଶେଷ ଭାବେ ଦେଖିବାକୁ ମିଳି ନଥିଲା । ପ୍ରଶାସନ ଭୟରେ କେତେକ ପୀଠରେ ଭୋର ସମୟରୁ ପୂଜାପାଠ ଆରମ୍ଭ ହୋଇଯାଇଥିଲା । କରୋନା ଲକ୍ ଡାଉନ୍ ପାଇଁ ସାଧାରଣଲୋକେ ସଚେତନ ହୋଇ ସାମାଜିକ ଦୂରତା ରକ୍ଷା କରି ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ବନ୍ତ ତହସିଲଦାର ଇନ୍ଦିରା ସାହୁ ଭୋର ସମୟରୁ ବିଭିନ୍ନ ଶୈବପୀଠ ଓ ମନ୍ଦିର ବୁଲି ସେସବୁକୁ ତାଲା ପକାଇ ଦେଇଥିଲେ । ଫଳରେ ଭକ୍ତଙ୍କ ମନରେ କଠୋର ଆଘାତ ଲାଗିଥିଲା । ପ୍ରଶାସନର ଏଭଳି କଠୋର ମନୋଭାବକୁ କେତେକାଂଶରେ ନାପସନ୍ଦ କରାଯାଇଥିଲା । ଏହାରି ମଧ୍ୟରେ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠରେ ନିରାଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ମା’ଙ୍କ ପୀଠରେ କେବଳ ପୂଜକ ଈଶ୍ୱର ଚନ୍ଦ୍ର ବାରିକ ଉପସ୍ଥିତ ରହି ପୂଜା କାର୍ଯ୍ୟ କରିଥିଲେ । ଏଥିରେ ନିତ୍ୟାନନ୍ଦ ବିଶ୍ୱାଳ, ଦୀଲିପ ରାଉତ, ଗୋବିନ୍ଦ ରାଜ, ପ୍ରଶାନ୍ତ ରାଉତ, ବିପିନ ରାଉତ, ଗଙ୍ଗାଧର ରାଜ ସହଯୋଗ କରିଥିଲେ । ସେହିପରି ଶ୍ରୀବନ୍ତପୁର-ଚାଇଁପୁର ଛକସ୍ଥିତ ମା’ତାରିଣୀ ପୀଠ, ଭଣ୍ଡାରଗଢିଆସ୍ଥିତ ମା’ସ୍ୱର୍ଣ୍ଣମୟୀଙ୍କ ପୀଠ ସମେତ ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପୂଜାର୍ଚ୍ଚନା ହୋଇଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ