ନିରାଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ପାଳିତ; ପୂଜା ମଣ୍ଡପ ଭକ୍ତ ଶୂନ୍ୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୀର୍ଘ ୩୨ ବର୍ଷ ଧରି ଭଦ୍ରକ ଜିଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବନ୍ତ ଡାକ୍ତରଖାନା ଛକ ଓ କେନ୍ଦୁଆପଦା ଛକ ଠାରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇଛି । ଉଭୟ ପୂଜା ମଣ୍ଡପରେ କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ କୌଣସି ପାଶ୍ୱର୍ ଦେବାଦେବୀ କିମ୍ବା ବାରୁଆଳୀ ମୂର୍ତ୍ତି ନିର୍ମାଣ ହୋଇନାହିଁ । ସେହିପରି ଏବର୍ଷ ଆକର୍ଷଣୀୟ ମଣ୍ଡପ କିମ୍ବା ରଂଗୀନ ସାଜସଜ୍ଜା କରାଯାଇନଥିବା ଦେଖାଯାଇଛି । କରୋନା ନିୟମକୁ ପାଳନ କରାଯାଇ ଉଭୟ କମିଟିର କର୍ମକର୍ତ୍ତା ମାନେ ପୂଜାର୍ଚ୍ଚନା କରିଛନ୍ତି । ବିଶେଷ କରି ବିନା ଭକ୍ତରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ଦେଖାଯାଇଛି । ଶୁକ୍ରବାର ରାତିରୁ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇ ପୂଜା ଆରମ୍ଭ ହୋଇଥିଲା । ଡାକ୍ତରଖାନା ଛକ ମଣ୍ଡପରେ ଶ୍ୟାମ ସୁନ୍ଦର ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ଶଶୀକାନ୍ତ ମହାପାତ୍ର ପୂଜା ଦାୟୀତ୍ୱ ସମ୍ପାଦନ କରିଛନ୍ତି । କମିଟିର ସଭାପତି ଚାରୁ ଚନ୍ଦ୍ର ନାୟକ, ସଂପାଦକ ନୃସିଂହ ଚରଣ ପରିଡାଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟୀତ୍ୱ ତୁଲାଇଛନ୍ତି । ସେହିପରି କେନ୍ଦୁଆପଦା ଛକ ମଣ୍ଡପରେ ମଳୟ ସ୍ୱାଇଁ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ମୋହନ ଚରଣ ସାହୁ, ସଂପାଦକ ଅଖିଳ ସାହୁଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଉଭୟ କମିଟି ପକ୍ଷରୁ ଗୋଟିଏ ଦିନ ମଧ୍ୟରେ ମା’ଙ୍କୁ ମେଲାଣୀ ଦିଆଯିବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ