ନିରାଶ୍ରୟ ସେବାଶ୍ରମ ତରଫରୁ ଖବର କାଗଜ ବିତରକ ଙ୍କୁ ରେନ କୋଟ ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ସ୍ଥିତ ନିରାଶ୍ରୟ ସେବାଶ୍ରମ ତରଫରୁ ଚାରି ଛକ ଅଞ୍ଚଳରେ କାର୍ଯ୍ୟରତ ଖବର କାଗଜ ବିତରକ ମାନଙ୍କୁ ରେନ୍ କୋଟ ପ୍ରଦାନ କରାଯାଇଛି ।ଖରା ,ବର୍ଷା,ଶୀତ ,କାକରରେ ଖବର କାଗଜ ବିତରକ ଭାଇ ମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ନିକଟରେ ଖବର କାଗଜ ପହଞ୍ଚାଇଥାନ୍ତି । ଉକ୍ତ କାର୍ଯ୍ୟ କ୍ରମରେ ଅତିଥି ଭାବେ ଚାରିଛକ ପ୍ରେସ କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର କର ,ସମ୍ପାଦକ ବସନ୍ତ କୁମାର ଦାସ , ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ପ୍ରଫୁଲ୍ଲ କୁମାର ସାହୁ, ପ୍ରତାପ କୁମାର ମଲ୍ଲିକ,ଶିଶିର କୁମାର ସ୍ବାଇଁ, ସମେତ ନିରାଶ୍ରୟ ସେବାଶ୍ରମ ର ସଭାପତି ମାନସ ରଞ୍ଜନ ପାଢ଼ୀ ,ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ,ଜୟ କୃଷ୍ଣ ସାହୁ ,ତ୍ରିନାଥ ବେହେରା ,କବିନ୍ଦ୍ର ନାୟକ ,ସତ୍ୟ ଭୂଷଣ ନାୟକ ,ନାରାୟଣ ପ୍ରସାଦ ,ପ୍ରଶାନ୍ତ ବେହେରା,ମନୋଜ ମାଣିକ,ଓ ବୈରାଗୀ ସାହୁ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଂଚଳର ୧୦ ଜଣ ଖବର କାଗଜ ବିତରକଙ୍କୁ ରେନ କୋଟ ପ୍ରଦାନ କରିଥିଲେ ।ସେବାଶ୍ରମ ର ଏପରି କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।