ନିର୍ଦ୍ୱନ୍ଦରେ ବିଜୟଲକ୍ଷ୍ମୀ ସମବାୟ ସମିତି ଉପସଭାପତି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ସମବାୟ ସମିତି ନିର୍ବାଚନରେ ହିଞ୍ଜିଳିବ୍ଲକ କଞ୍ଚୁରୁ ପ୍ରାଥମିକ କୃଷି ସେବା ସମବାୟ ସମିତିର ଉପ ସଭାପତି ରୂପେ ବିଜୟଲକ୍ଷ୍ମୀ ମହାନ୍ତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଦ୍ଵିତୀୟ ଥର ପାଇଁ ସେ ପଦବୀ ହାସଲ କରିବାରେ ସଫଳତା ପାଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ୨୧ ଟି ପ୍ରାଥମିକ କୃଷି ସମବାୟ ସମିତିରେ ନିର୍ଦ୍ଦେଶକ, ସଭାପତି ଓ ଉପ ସଭାପତି ପଦବୀ ପୂରଣ ସକାଶେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ତୃତୀୟ ପର୍ଯ୍ୟାୟରେ କଞ୍ଚୁରୁ ପ୍ରାଥମିକ କୃଷି ସେବା ସମବାୟ ସମିତିର ଉପ ସଭାପତି ପଦବୀ ନିମନ୍ତେ ସୋମବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କଣ୍ଟାଇ କୋଳି ଗ୍ରାମ ନିବାସୀ ବିଜୟଲକ୍ଷ୍ମୀ ମହାନ୍ତି ନିର୍ବାଚନ ଅଧିକାରୀ ପ୍ରତାପ କୁମାର ସାହୁଙ୍କ ନିକଟରେ ଉପ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ଅନ୍ୟ କୌଣସି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ଅନ୍ତିମରେ ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ଉପସଭାପତି ଭାବେ ବିଜୟଲକ୍ଷ୍ମୀଙ୍କ ନାମ ଘୋଷଣା କରିଥିଲେ।ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଉପସ୍ଥିତ ନିର୍ଦ୍ଦେଶକମାନେ ବିଜୟଲକ୍ଷ୍ମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟଲକ୍ଷ୍ମୀ କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିରେ ଦ୍ୱିତୀୟ ଥର ପାଇଁ ଉପ ସଭାପତି ପଦ ଅଳଙ୍କୃତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଙ୍କ ସମେତ ଗ୍ରାମବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ