ନିର୍ବାଚନୀ ପରବର୍ତ୍ତୀ ହିଂସା : ନ୍ୟାୟ ନିମନ୍ତେ ଏସପିଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତ୍ତି

ଛତ୍ରପୁର, (ଦେବଦତ୍ତ ମହାରଣା) :-ପଂଚାୟତ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀଙ୍କ ଜଣେ ଦୃଢ ସମର୍ଥକ ଏହି ହିଂସା ର ଶିକାର ହୋଇଛନ୍ତି । ନିର୍ବାଚନ ରେ ବିଜୟ ହାସଲ କରିଥିବା ପ୍ରଭାବ ଶାଳୀ ବ୍ୟକ୍ତି ମାନେ ପରାଜିତ ପ୍ରାର୍ଥୀଙ୍କ ଘରେ ପଶି ସେମାନଙ୍କୁ ମାଡମାରିବା ସହିତ ସେମାନଙ୍କ ଘରେ ଥିବା ବିଭିନ୍ନ ଆସବାବ ପତ୍ର ଘଙ୍ଗାରୁଜା କରିବା ସହିତ ଘରେ ଥିବା ସୁନା ରୁପା ଲୁଟି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୪ ତାରିଖରେ ଏଭଳି କିଛି ଘଟଣା ଘଟିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଯୋଗୁଁ ହିଂସାର ଶିକାର ହୋଇଥିବା ଶିକୁଳା ପାର୍ବତୀପୁର ଅଂଚଳର ବୃଦ୍ଧ ଦମ୍ପତ୍ତି ଆଜି ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପାର୍ବତୀପୁର ଅଂଚଳର ପ୍ରହ୍ଲାଦ ଲେଙ୍କା ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ ର ଭୟ ଥିବାରୁ ସେମାନଙ୍କୁ ନିଜ ଗ୍ରାମକୁ ନ ଯାଇପାରି ଭୋକ ଉପାସରେ ଦିନ କାଟୁଥିବା ଗଞ୍ଜାମ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ସହ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଉଭୟ ଗଞ୍ଜାମ ଏସପିଙ୍କୁ ଗୁହାରି କରିଛନ୍ତି । ଅପର ପକ୍ଷରେ ପୁରୁଷୋତ୍ତମପୁର ଥାନାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ସୁତ୍ରରୁ ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ