ନିର୍ବାଚନ ପ୍ରାଧିକୃତ ଅଧିକାରୀମାଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ, (ବିଶ୍ୱରାଜ ଛିଞ୍ଚାଣି):ରାୟଗଡ ଜିଲ୍ଲାପାଳଙ୍କ କାର୍ଯାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ରାୟଗଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ, ୨୦୨୪ ନିମନ୍ତେ ପ୍ରତ୍ଯେକ ବ୍ଲକ/ପୌରାଞ୍ଚଳ/ଗ୍ରାମ ପଞ୍ଚାୟତ ସ୍ତରରେ ମତଦାତାଙ୍କ ସଚେତନତା ବୃଦ୍ଧି ପାଇଁ ରାଜ୍ୟ ନିର୍ଚାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭ୍ରମଣ କରିବାକୁ ଥିବା ୧୩ଗୋଟି ମୋବାଇଲ ପ୍ରଦର୍ଶନ ଭ୍ୟାନ (Mobile Demonstration Vehicle) ଏବଂ ଜିଲ୍ଲା ସଦରମହକୁମା/ ଉପଖଣ୍ଡ ସ୍ତରରେ ପରିଚାଳିତ ହେବାକୁ ଥିବା ୦୩ଗୋଟି ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର (EVM & VVPAT Demonstration Centre) ନିମନ୍ତେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ, ସୁଶ୍ରୀ ସୁର୍ଜ୍ୟମଣୀ ଭୋଇ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ସୁଶ୍ରୀ ପ୍ରଜ୍ଞା ପରମିତା, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଓ ଶ୍ରୀ ମୃତ୍ୟୁଞ୍ଜୟ ବରାଳ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ତତସହିତ ରାୟଗଡ ଜିଲ୍ଳାପାଳଙ୍କ କାର୍ଯାଳୟ ପରିଷରରେ ଫ୍ରେବୃଆରୀ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷ୍ଯମ ହେବାକୁଥିବା ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର ଶ୍ରୀମତୀ ସ୍ଵଧା ଦେବ ସିଂ, ଭା.ପ୍ର.ସେ., ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ରାୟଗଡାଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ