ନିର୍ବାଚନ ମଇଦାନ କୁ ଓହ୍ଲାଇଲେ ସୁପରଷ୍ଟାର ରଜନୀ କାନ୍ତ

ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର‌୍ୟ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ମାତ୍ର ବିଜେପି ତାମିଲନାଡୁରେ ଗୋଟିଏ ବି ଆସନ ଜିତିପାରିନଥିଲା। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ରଜନୀକାନ୍ତଙ୍କ ରାଜନୈତିକ ଦଳ ଗ୍ରାମାଞ୍ଚଳରେ ବି ସକ୍ରିୟ ହୋଇସାରିଥିବ ବୋଲି ଆଶା କରାଯାଉଛି। ଲୋକସଭା ନିର୍ବାଚନର ଦ୍ୱିତୀୟ ପର‌୍ୟ୍ୟାୟରେ ଗୁରୁବାର ଦିନ ତାମିଲନାଡୁର ଷ୍ଟେଲା ମାରିସ୍‍ କଲେଜ ପୁଲିଂ ବୁଥରେ ରଜନୀକାନ୍ତ ମତଦାନ କରିଥିଲେ। ପ୍ରକାଶଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ । ଏପରିକି ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ) ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ