ନିର୍ବାଚନ ଲଢିପାରିବେନି ହାର୍ଦ୍ଦିକ
ସାଧାରଣ ନିର୍ବାଚନ ଲଢିପାରିବେନି ହାର୍ଦ୍ଦିକ ପଟେଲ । ୨୦୧୫ ମସିହାରେ ହୋଇଥିବା ଦଙ୍ଗା ଓ ଭଙ୍ଗାରୁଜା ମାମଲାରେ କୋର୍ଟ ସ୍ଥଗିତ ରଖିବେନି ବୋଲି କହିଛନ୍ତି । ସୁପ୍ରିମକୋର୍ଟ ରାୟ ଅନୁସାରେ ଜଣେ ବ୍ୟକ୍ତି ଯେ ପର୍ୟ୍ୟନ୍ତ ମାମଲା ଲଢ଼ିପାରିବେନି ଯେ ପର୍ୟ୍ୟନ୍ତ ସେହି ମାମଲା ସ୍ଥଗିତ ରଖାଯାଇନି। ବୁଧବାର ହାର୍ଦ୍ଦିକଙ୍କ ଆବେଦନକୁ ଗୁଜରାଟ ସରକାରଙ୍କ ପକ୍ଷରୁ ବିରୋଧ ଓକିଲ ମିତେଶ ଅମିନ୍ ଜଷ୍ଟିସ୍ ଏଜି ଉରୈଜୀଙ୍କ ନିକଟରେ ଯୁକ୍ତି ରଖିଥିଲେ, ହାର୍ଦ୍ଦିକଙ୍କ ନାମରେ ୧୭ରୁ ଊର୍ଦ୍ଧ୍ୱ ମାମଲା ରହିଛି ଯାହାକି ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଛି। ହାର୍ଦ୍ଦିକ ହିଁ ୨୦୧୫ ପଟିଦାର ଦଙ୍ଗାର ନେତୃତ୍ୱ ନେଇଥିଲେ। ଏହା ସେ ନିଜେ ସ୍ୱୀକାର କରିବା ସହିତ ହାଇକୋର୍ଟରେ ଏ ସମ୍ପର୍କିତ ଫଟୋ ମଧ୍ୟ ଉପସ୍ଥାପିତ ହୋଇଛି ବୋଲି ସେ ଯୁକ୍ତି ରଖିଥିଲେ।ଅନ୍ୟ ପକ୍ଷରେ ହାର୍ଦ୍ଦିକଙ୍କ ଓକିଲ ଆଇଏଚ୍ ସୟଦ୍ କହିଥିଲେ, ହାର୍ଦ୍ଦିକ୍ ନିଜେ ଏହା କରିଥିବାର କେହି ଦେଖିନାହାନ୍ତି ଏବଂ ଟ୍ରାଏଲ୍ କୋର୍ଟ କୌଣସି ନିରପେକ୍ଷ ସାକ୍ଷୀଙ୍କୁ ମଧ୍ୟ ପଚରାଉଚରା କରିନାହାନ୍ତି। ନିର୍ବାଚନ ନ ଲଢ଼ିବା ହାର୍ଦ୍ଦିକଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ।


