ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ସୁଧୁରୁନି ସମସ୍ୟା, ଘଣ୍ଟ ଘୋଡ଼ାଇ ରଖିଛନ୍ତି ନିର୍ବାହୀଅଧିକାରୀ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥିବା ଗ୍ରାମ୍ୟଉନ୍ନୟନବିଭାଗ କାର୍ଯ୍ୟାଳୟରେ ଚାଲିଛି ମନମୁଖୀ ଶାସନ । ସମସ୍ୟା ସୁଧୁରିବାର ନା ଧରୁ ନଥିବା ବେଳେ ପିଅନ ହାତରେ କାର୍ଯ୍ୟ ଭାର ଦାୟୀତ୍ୱ ଯେପରି ମାଙ୍କଡ ହାତରେ ଶାଳଗ୍ରାମ ଭଳି, କିଛି ଦିନ ତଳେ ଆମେ ଦେଖିଥିଲୁ ନର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଯନ୍ତ୍ରୀ, ଇଷ୍ଟମେଟରଯନ୍ତ୍ରୀ, ଏକାଉଟାଣ୍ଟ୍ ଏବଂ ପିଅନ ମନେ ଉପସ୍ଥିତନଥିଲେ । କିଛି କର୍ମଚାରୀ ନିଜ ଇଚ୍ଛାରେ ଆସିଥିଲେ ୧୧ସମୟରେ, ଖବର କାଗଜରେ ପ୍ରକାଶ ପରେ ମଧ୍ୟ ସୁଧୁରି ପାରି ନହାଁନ୍ତି କର୍ମଚାରୀ ମାନେ, ଏପରି ସ୍ଥଳେ କିଛି କର୍ମଚରୀଙ୍କୁ ନିର୍ବାହୀଯନ୍ତ୍ରୀ ନିଜେ ଘଣ୍ଟ ଘୋଡ଼ାଇ ରଖିଛନ୍ତି, ସେମାନେ ନିଜ ଇଚ୍ଛାରେ ଆସି ଦସ୍ତଖତ କରି ଚାଲିଯାନ୍ତି । ସେହିପରି ଉକ୍ତ କାର୍ଯ୍ୟାଳୟର ପିଅନ ସପ୍ତାହକୁ ଥରେ ଆସି ମାସକର ଦରମା ନେଉଛନ୍ତି । ଯନ୍ତ୍ରୀ କାର୍ଯ୍ୟାଳୟକୁ ନ ଆସି ମଧ୍ୟ ଆସିଥିବାର ଦେଖାଉଛନ୍ତି ବଡ଼ ଅଧିକାରୀ । ପ୍ରକାଶ ଥାଉକି ଏଇ କାର୍ଯ୍ୟାଳୟ ରେ କାମକରୁଥିବା କର୍ମଚାରୀମାନଙ୍କୁ ତୁରନ୍ତ ନବକଳେବର କରିବା ପାଇଁ ଦାବି ହେଉଛି ଅଞ୍ଚଳରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ