ନିର୍ମାଣଧିନ ଶ୍ରମିକ ସଂଘ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘ ଓ ଜାତୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଏନ୍ଆର୍ଡ଼ିଓ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସହିଦ ହୋଇଥିବା ଭାରତୀୟ ୨୦ ଯବାନଙ୍କ ପ୍ରତି ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ମହମବତୀ ପ୍ରଜ୍ୱଳନ ଓ ଦୁଇ ମିନିଟ ନୀରବ ପ୍ରାର୍ଥନା ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତୀ ନିକଟ ତଥା ବଜାରଛକ ଠାରେ ଆୟୋଜିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୋହନା ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘର ସଭାପତି ଭଜହରି ସାହୁ, ଉପସଭାପତି ଧନୁଞ୍ଜୟ ନାୟକ, କୋଷାଧ୍ୟକ୍ଷ ବିକି ମାଝୀ, କାଳିଆ ପାତ୍ର, ଗୌର ମାଝୀ, କୃଷ୍ଣ ପଣ୍ଡା, ମିହିର କୁମାର ନାୟକ, ଚନ୍ଦ୍ରମଣି ବେହେରା, ଉର୍ମିଳା ନାୟକ, ଜନନୀ ନାୟକ, ସମୀର ନାୟକ, ସୁଦାମ ସାହୁ, କାଳିଆ ସାହୁ, କେଦାର ପ୍ରଧାନ, ସଂପାଦକ ଦଶରଥ ମଳିକ, ରମେଶଚନ୍ଦ୍ର ନାୟକ, ଇଶାନ୍ତ ନାୟକ, ବ୍ରଜ ସାହୁ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ସଭାରେ ଯୋଗଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉଦ୍ୟକ୍ତା ତଥା ସମାଜସେବୀ ଭିକାରୀ ନାୟକ ଉପସ୍ଥିତ କର୍ମକର୍ତ୍ତା ଓ ଜନସାଧାରଣଙ୍କୁ ଚାଇନା ସାମଗ୍ରୀ ବର୍ଜନ ଓ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ପରାମର୍ଶ ଦେଇଥିଲେ । ସମସ୍ତ ମୋହନାବାସୀ ଚୀନ ସାମଗ୍ରୀ ବର୍ଜନ କରି ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବା ପାଇଁ ସକଳ୍ପ ନେଇଥିଲେ ।