ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ଶ୍ରମ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ GID ସଭାଗୃହରେ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ନିର୍ମାଣ ଶ୍ରମିକ ପରିବାରବର୍ଗ ତଥା ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ଭାବେ ୨୮ ଲକ୍ଷ ଟଙ୍କା, ୧୪ ଜଣଙ୍କ ଅନ୍ତେଷ୍ଟିକ୍ରିଯ ପାଇଁ ୭୦ ହଜାର ଟଙ୍କା, ୧୮ ଜଣଙ୍କୁ ବିବାହ ସହାୟତ ନିମନ୍ତେ ୯ ଲକ୍ଷ ଟଙ୍କା, ୫୨ ଜଣଙ୍କୁ ଶିକ୍ଷା ସହାୟତ ନିମନ୍ତେ ୪ଲକ୍ଷ ୬ ହଜାର ୬ ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏପରି ଭାବେ ମୋଟ ୪୧ଲକ୍ଷ ୭୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି I ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ଯିବାର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଭାରତୀ ବେହେରା, ସଂଯୋଜକ ସୁକାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଓ ହିତାଧିକାରୀ ଉପସ୍ଥିତଥିଲେ।