ନିଳାଦ୍ରୀପୁର ଗ୍ରାମରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିଲେ ଦୁବୁର୍ତ୍ତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ବାରିକବାଟ ଭାଙ୍ଗି ଲକ୍ଷାଧିକଟଙ୍କାର ସୁନା ଓ ରୁପା ଗହଣା ଲୁଟିନେଇଛନ୍ତି ଦୁବୁର୍ତ୍ତ । ଉକ୍ତ ଗ୍ରାମର ସୁଶାନ୍ତ ସ୍ବାଇଁଙ୍କ ସ୍ତ୍ରୀ ଶିବାନୀ ଭୋର ସମୟ ପ୍ରାୟ ଚାରି ଘଣ୍ଟ ସମୟରେ ଏକ ବସିବା ପାଇଁ ବାରିଘରକୁ ଯିବା ବେଳେ ବାରି କବାଟ ଖୋଲା ହୋଇ ପ୍ରଚେରୀ ଗ୍ରଲ ଭଙ୍ଗାଯାଇଛି। ଏନେଇ ସ୍ୱାମୀଙ୍କୁ ଡାକି ଦେଖିବାରେ ଦୁଇଟି କାଠ ଆଲମାରୀ , ଗୋଟିଏ ଗଡ଼ରେଜ ଆଲମାରି ଭାଙ୍ଗି ଦୁଇଟି ହାର, ଦୁଇଟି ସୁନା ଚେନ, ମୁଦି ପାଞ୍ଚଟି, କାନଶିଖା ଦୁଇଟି, ମଙ୍ଗଳ ସୂତ୍ର ଗୋଟିଏ,କାନଫୁଲ ଆଠ ହଳ, ଲକେଟ ତିନିଟା, ଚୁଡ଼ି ଚାରିପଟ, ଖଡୁ ଦୁଇଟି, ଯାହାର ଓଜନ ୧୮୦ ଗ୍ରାମ, ଓ ରୂପାର ପାଉଁଚ , ଖଡୁ ଓ ଅନ୍ୟାନ୍ୟ ସମଗ୍ରୀଦୁଇ କିଲୋଗ୍ରାମ ଓଜନ ସହ ନଗଦ ସାତ ହଜାର ଟଙ୍କା ଓ ଗୋଦାମ ଘରର ସମସ୍ତ ଚାବି ଚୋରି ଯାଇଥିବା ଜଣାପଡିଛି। ଏନେଇ ହୁମ୍ମା ଫାଣ୍ଡିରେ ଏତଲା ଦେବାପରେ କେଶ ନମ୍ବର ୧୩/୨୩ ରୁଜୁ କରି ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଦେବାଦତ୍ତ ପ୍ରିୟଦର୍ଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ