ନିଶାଦ୍ରବ୍ୟ ଉପରେ କଡା ନଜର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ
ଅବାଧ ଓ ନିରପେକ୍ଷ ନିର୍ବାଚନ ବେଆଇନ ନିମନ୍ତେ ବେଆଇନ ନିଶାଦ୍ରବ୍ୟ କାରବାର ଉପରେ କଡା ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପୋଲିସ ଅବକାରୀ ଏବଂ ଡ୍ରଗ କଣ୍ଟ୍ରେଲର ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ବିଶେଷ କରି ପୋଲିସ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ସଚିବ ନିର୍ଦେଶ ଦେଇଛନ୍ତି ।ଅବକାରୀ ବିଭାଗ ଚଢାଉ ଭିତିରେ ପ୍ରତିଦିନ ଅନଲାଇନ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦେଶ ଦେଇଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ସଚିବ ବେଆଇନ କାରବାରର ତଥ୍ୟ ଉପସ୍ଥାପନ କରିଥିଲେ । ଭୋଟ ଗ୍ରହଣ ଦିନଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରୀପାଠୀ , ଅବକାରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ,ଗୃହ ବିଭାଗ ସଚିବ ଶ୍ରୀ ମତି ସନ୍ତୋଷୀ ବାଲାଙ୍କ ସମେତ ସଂପୃକ୍ତ ବିଭାଗର କମିସନର ଓ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।