ନିଷ୍ଟ କଲେଜ ପକ୍ଷରୁ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) : ପବିତ୍ର ଶିଶୁ ଦିବସ ଅବସରରେ ବାଲେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିଷ୍ଟ +୨ ବିଜ୍ଞାନ ଓ କଳା କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରିବା ସହିତ ନିଷ୍ଟ କଲେଜ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହା ଛାତ୍ରଛାତ୍ରୀଙ୍କୁ ଆଗକୁ ଯିବା ପାଇଁ ଉତ୍ସାହିତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ । ସମାଜସେବୀ ସୁବ୍ରତ କର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ନିଷ୍ଟ କଲେଜ କର୍ତ୍ତପକ୍ଷଙ୍କ କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଡ଼େପୁଟି ସେକ୍ରେଟାରୀ ଜୟଦେବ ପରମାଣିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଷ୍ଟର ସର୍ବଭାରତୀୟ ସ୍ତରରେ ସଫଳତା ଅନ୍ୟମାନଙ୍କ ପାଇଁ ଉଦହରଣ ହୋଇଛି ବୋଲି କହିଥିଲେ । ରସାୟନ ବିଜ୍ଞାନ ଅଧ୍ୟାପକ ତଥା ଅଗ୍ନିଡ଼େଣା ବିଜ୍ଞାନ ପତ୍ରିକାର ସଂପାଦକ ଡଃ ପଙ୍କଜ କୁମାର ଜେନା ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ କାଲାମ୍ ପରି ଗରିବ ମେଧାବୀ ପିଲାମାନଙ୍କ ପଢ଼ିବା ପାଇଁ ଦରକାର ପଡ଼ିଲେ କିଡ଼ନି ବିକ୍ରି କରିଦେବେ ବୋଲି କହିଥିଲେ । ଡଃ ଜେନା ବାଲେଶ୍ୱର ଜିଲ୍ଲାର ଛାତ୍ରଛାତ୍ରୀ ସମଗ୍ର ବିଶ୍ୱସ୍ତରରେ କେମିତି ଏକ ନମ୍ବର ହେବେ ସେଥିପାଇଁ ସହଯୋଗ କରିବା ପାଇଁ ସମସ୍ତ ମିଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଥିଲେ । ଏବଂ ଦୀର୍ଘ ୨୦ ବର୍ଷ ତଳେ ବାଲେଶ୍ୱରକୁ ସାରା ଓଡ଼ିଶାର ପିଲା ପଢ଼ିବାକୁ ଆସୁଥିଲେ । ବାଲେଶ୍ୱର ଜିଲ୍ଲା ଓଡ଼ିଶାର କେରଳ ବୋଲି କୁହାଯାଉଥିଲା । ଆଜି ଆମ ପିଲା କାହିଁକି କୋଟା, ଭୁବନେଶ୍ୱର ଦୌଡୁଛନ୍ତି ଓ ସେଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଥିଲେ, ଆସନ୍ତୁ ଆମେ ସମସ୍ତେ ମିଳିମିଶି ବାଲେଶ୍ୱରକୁ ଏଜୁକେସନ ହବ୍ କରିବା ଓ ଏକ ନମ୍ବର ଶିକ୍ଷା ଜିଲ୍ଲା କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଡ଼ାକ୍ତରୀ ଶିକ୍ଷା ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ନିଷ୍ଟ କଲେଜର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ପୌଢ଼ନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ପ୍ରଥମ ହୋଇଥିବା ଓ ନିଟ୍ ପରୀକ୍ଷାରେ ୬୧୧ ମାର୍କ ରଖିଥିବା କୁଲଦୀପ୍ ଦତ୍ତଙ୍କ ସମେତ ପ୍ରିୟରଂଜନ ନାୟକ ଓ ଇପସିତା ବେହେରାଙ୍କୁ ଅତିଥିମନେ ସମ୍ବର୍ଦ୍ଧିତ କରିଥିଲେ । ସମାଜସେବୀ କେଶବ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଦ୍ୟାପିକା ପଦ୍ମିନୀ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ରୁଦ୍ରମଣୀ ସ୍ୱାଇଁ, ଲକ୍ଷ୍ମୀକାନ୍ତ ପଣ୍ଡା, ସୌମ୍ୟକାନ୍ତ ଦଳାଇ, ଅ୍ମାପିକା ସୁଚିସ୍ମିତା କର, ଶ୍ରୀତୋସ୍ନା ମହାପାତ୍ର, ରାଜଶ୍ରୀ ପଣ୍ଡା, ସୁଭ୍ରା ଚାନ୍ଦ, ଅ୍ମାପକ ଆଦିତ୍ୟ ନାରାୟଣ ବେହେରା, ସତ୍ୟ ସ, ଅବିନାଶ ପଣ୍ଡା, ଲୋକରଂଜନ ମହାପାତ୍ର, ଦିପ୍ତୀମାନ ପତି, ନିବାରଣ ସତପଥୀ, ଜିତେନ୍ଦ୍ର ଜେନା, ରଟିନ ପ୍ରଧାନ, ଚିରଂଜିବ ରାଉତ, ତାପସ ମିଶ୍ର, ପର୍ଶୁରାମ ଗିରି, ସଦାଶିବ ଜେନା, ଅଜିତ କୁମାର ସାହୁ, ରତିକାନ୍ତ ରାଉଳ, ମନୋଜ କୁମାର ପ୍ରଧାନ, ରାଜେନ୍ଦ୍ର ମନ୍ତ୍ରୀ, ଉତମ କୁମାର ବେହେରା, ଉମାକାନ୍ତ ଜେନା, ଲକ୍ଷ୍ମୀକାନ୍ତ ନାଥ, ଚିନ୍ମୟ ବେହେରା, ସୁକୁମାର ପରିଡ଼ା, ନିତ୍ୟାନନ୍ଦ ପାତ୍ର, ସୁବାସ ବେହେରା, ସତ୍ୟ ରଂଜନ, ପ୍ରଭାରାଣୀ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ