ନିହାରିକା ହତ୍ୟା ଘଟଣା ,ପୋଲିସ ଆଗରେ ସତ ଓଗାଳିଲା ରାଜା
ଜଗତସିଂହପୁର : ପୋଲିସ କବଜାରେ ନରରାକ୍ଷାସ । ବହୁ ଚର୍ଚ୍ଚିତ ନିହାରିକା ହତ୍ୟା କାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ରାଜାକୁ ଗିରଫ କରି ତଦନ୍ତ ସମୟରେ ନିହାରିକାକୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛି । ନିହାରିକା ହତ୍ୟାକାଣ୍ଡ ଘଟଣ।।ରେ ପୋଲିସ ଯାହାକୁ ସଂନ୍ଦେହ କରୁଥିବା ସେହି ହିଁ ପ୍ରକୃତ ଅଭିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛନ୍ତି । କିଛି ଦିନ ଧରି ରାଜା ଓ ନିହାରିକା ମଧ୍ୟରେ ପ୍ରେମ ସଂମ୍ପର୍କ ଗଢିଉଠିଥିଲା କିନ୍ତୁ ଏହା ପରେ ଦୁହିଁଙ୍କର ପରିବାରର ସର୍ବସମ୍ମତି କ୍ରମେ ବିବାହ ମଧ୍ୟ ଠିକ ହୋଇଥିଲା । କିନ୍ତୁ ନିହାରିକା ଓ ରାଜା ମଧ୍ୟରେ ବିବାହ କୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଏଥିରେ ଉତ୍କ୍ଷିପ୍ତ ହୋଇ ରାଜା ପ୍ରେମିକା ନିହାରିକଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ମରଶରୀରକୁ ଅଖାରେ ବାନ୍ଧି ବିରିଡୀ ବିଲୁଆ ନଦୀ ପଠାରେ ଫୋପାଡି ଦେଇଥିଲା । ଏହା ପରେ ପୋଲିସର ତଦନ୍ତ ସମୟରେ ରାଡାର ମଧ୍ୟକୁ ଆସିଥିଲା ରାଜା । ସବୁ କଳ୍ପନା ଜଳ୍ପନା ପରେ ରାଜା ପୋଲିସ ସାମ୍ନାରେ ନିହାରିକାକୁ କାହିଁକି ହତ୍ୟା କଲା ତାହାର ଟିକିନିଖି ଖବର ପୋଲିସ ନିକଟରେ ଓଗାଳିଛି ।ଯାହା ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ଜଗତସିଂହପୁର ଏସପି ।