ନିୟତି ପାଳିଲେ ୭୪ ତମ ଜନରାଜ୍ୟ ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରଣିପେଣ୍ଠ ଆଜି ପୂର୍ବାହ୍ନରେ ମାନସିକ ଅନଗ୍ରସର ତାଲିମ୍ କେନ୍ଦ୍ର ତଥା ଭୌତିକ ସେବା ଅନୁଷ୍ଠାନ ନିୟତି ଆନୁକୁଲ୍ୟରେ ୭୪ତମ ଜନରାଜ୍ୟ ଦିବସ ପାଳନ ହୋଇସାରିଛି। ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ ଯୋଗଦାନ କରି ପତାକା ଉତ୍ତୋଳନ କରି ମାନସିକ ଅନଗ୍ରସର ପିଲାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କ ଜରୁରୀ ଦାୟୀତ୍ୱ ରହିଛି କହିଥିଲେ। ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିକ୍ଷିକା ଶାଶ୍ଵତୀ ବେବର୍ତ୍ତା, ସଂଯୋଜକ ସୁନିତ୍ ଗମାଙ୍ଗ, ପରିଚାଳିକା ପ୍ରତିମା ନାୟକ, କେର୍ ଟେକେକର୍ସ ଜୟାମା, ପୂର୍ଣ୍ଣବାସୀ,ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ, ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା କରିଥିଲେ ।ଏହି ଶୁଭ ଅବସରରେ ମା ବୀଣାପାଣି ଙ୍କୁ ମଧ୍ୟ ବିଦ୍ୟାଳୟ ରେ ପୂଜାର୍ଚ୍ଚନା କରାଯାଇଥିଲା।


