ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ କଳାକାର ଆଦର୍ଶ ଦାସଙ୍କୁ ଗଜପତି ଉତ୍ସବରେ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ହୋଇ ଥିବା ଗଜପତି ଉତ୍ସବର ଦ୍ୱିତୀୟ ରଜନୀରେ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ କଳାକାର ଆଦର୍ଶ ଦାସଙ୍କୁ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ,ପଛୁଆ ବର୍ଗ ବିକାଶ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଛନ୍ତି। ପ୍ରକାଶ ଥାଉକି ଓଡ଼ିଆ ନାଟକର ଏନ୍ତୁଡ଼ିଶାଳ ପାରଳାର ଜଣେ ମଞ୍ଚ କଳାକାରଙ୍କୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ଯୁବ ମଞ୍ଚ ଶିଳ୍ପୀ ଆଦର୍ଶ ଦାସଙ୍କୁ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ ହୋଇ ଛନ୍ତି ସମ୍ମାନିତ ହୋଇ ଥିବାରୁ ଯୁବ କଳାକାର ଆଦର୍ଶ ଦାସଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧନା ଦେଇଛନ୍ତି।ସମ୍ବର୍ଦ୍ଧନା ସମୟରେ ମାନ୍ୟବର ବିଧାୟକ ବ୍ରହ୍ମପୁର ବିକ୍ରମ ପଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟନ ରଇତ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଏସ ପି ସ୍ୱାତି ଏସ କୁମାର ପ୍ରମୁଖ ମଞ୍ଚାସିନ ଥିଲେ।


