ନୀରବ କରୋନା ଯୋଦ୍ଧା ସମାଜସେବୀ ନାରାୟଣ

ଖୋର୍ଦ୍ଧା, (ଓ୍ବାଇଏନ୍ଏସ୍):ଦେଉଳି ଗ୍ରାମ ତାଳତୁମ୍ବନିବାସୀ ତଥା ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ ମହାମାରୀ କରୋନାରେ ପୀଡ଼ିତ ଥିବା ଅଭାବୀ, ଅସହାୟ ବ୍ୟକ୍ତିମାନଙ୍କ ପାଇଁ ସାହା ପାଲଟିଛନ୍ତି । ନିର୍ଭିକ ତଥା ନୀରବ ଭାବରେ ସମାଜସେବା କରିଆସୁଥିବା ନିଜର ପ୍ରଚାର ପ୍ରସାର ପ୍ରତି ଗୁରୁତ୍ୱ ନଦେଇ ଖାଦ୍ୟ, ବସ୍ତ୍ର, ମାସ୍କ, ସାବୁନ୍ ବଂଟନ କରିବା ସହିତ ସ୍ୱଚ୍ଛତା ତଥା ସରକାରଙ୍କ କରୋନା ସମ୍ବନ୍ଧୀୟ ନିୟମାବଳୀ ଓ ଅସହାୟ ବ୍ୟକ୍ତିମାନଙ୍କ ପାଖରେ ଯେପରି ସରକାରୀ ସହାୟତା ପହଂଚି ପାରିବ ସେଥିପାଇଁ ନିଷ୍ଠାର ସହ ଦୀର୍ଘ ଦିନ ଧରି କାମ କରିଆସୁଛନ୍ତି । ଉକ୍ତ କାର୍ଯ୍ୟରେ ଗ୍ରାମର ସମାଜସେବୀ ପ୍ରଦୀପ କୁମାର ବାରିକ ତାଙ୍କୁ ସହଯୋଗ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ