କରୋନା ଯୋଦ୍ଧାଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧନା
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟରେ ସେନ୍ଟଜୋନ୍ ଆମ୍ବୁଲାନ୍ସ ପକ୍ଷରୁ ଯୋଡା ପୌରପାଳିକା କାର୍ଯ୍ୟାଳୟ ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ମୁକାବିଲା କରୁଥିବା ସଫେଇ କର୍ମଚାରୀଙ୍କୁ ସେନ୍ଟ ଜୋନ୍ ଆମ୍ବୁଲାନ୍ସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଯୋଡା ପୌରପାଳିକା ଅଧିନରେ କାର୍ଯ୍ୟରତ ପ୍ରାୟ ୪୫ ଜଣ ସଫେଇ କର୍ମଚାରୀଓ ୧୩ଜଣ ପୌର କର୍ମଚାରୀଙ୍କୁ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଯୋଡା ଫେରୋ ଆଲୋଏଜ ପ୍ଲାନ୍ଟ ର ମୁଖ୍ୟ ଗଣେଶ ପ୍ରସାଦ ସାହୁୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଉପସ୍ଥିତ ଥିଲେ । ଏଥିସହ ସେନ୍ଟ ଜୋନ ଆମ୍ବୁଲାନ୍ସର ଡିଭିଜିନାଲ କମାଣ୍ଡର ପି. ଭେଙ୍କଟ ରାଓ , ମାନବ ଅଧିକାରୀ ଅନୁଷ୍ଠାନର ଜିଲା ସଭାପତି ସୁପିଲ କୁମାର ସାମଲ, ଆମ୍ବୁଲାନ୍ସ ଅଫିସର ସଂଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଗଣ କରୋନା ଯୋଦ୍ଧାଙ୍କୁ ମାସ୍କ , ସାନିଟାଇଜର ଓ ଉତୋରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମୟରେ ଅନୁଷ୍ଠାନର ବିଜୟ ଗୋସ୍ୱାମୀ, ସୁଶୀଲ ଟିୟୁ, ସନ୍ଦୀପ ଚଉରସିଆ,ପ୍ରଦୀପ ଦାସ, ହିତେନ୍ଦ୍ର ପ୍ରଧାନ, ଗୋପାଳ ହେମ୍ବ୍ରମ, ରାଜକିଶୋର ଦାସ, ସୌରଭ ସହି, ସୋଭନ ପ୍ରଧାନ, ଗୌରବ ପଟ୍ଟନାୟକ, ଅମିତ ଦାସ, ବିଜୁ ମେଥୟୁ, ସନୁଲ ହୋତା, ଜତିନ୍ ହନହୋଗା,ମନୋଜ ପାତ୍ର, ପ୍ରିତୀଶା ପ୍ରଧାନ, ମୋହିନୀ ତିରିଆ ପ୍ରମୁଖ ଉପସ୍ଥିତ ଥିଲେ ।


