ନୁଆପାଟଣାରେ ଲକ୍ଷ୍ମୀ ନାରାୟଣ ପୂଜା

ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ମହାଲକ୍ଷ୍ମୀଙ୍କ ପୁଜା ରୀତିନୀତି ଆନୁସାରେ ଅନୁଷ୍ଠିତ ହେଉଛି । ଏହି ବ୍ଲକର କୋରୁଅ ପଂଚାୟତର କୋରୁଅ, ଘୋଡାଂଶ ପଂଚାୟତ ପାଇକସାହି, ଶିଖର ପଂଚାୟତ ନଳାଙ୍ଗ, ଅଲଣା ପଂଚାୟତର ନୁଆପଟଣା ଆଦି ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହେଉଅଛି । ପୂଜା ମଣ୍ଡପ ଗୁଡିକରେ ମା’ଙ୍କର ମୃଣ୍ମୟୀ ମୂର୍ତି ସ୍ଥାପନ କରାଯାଇ ପୂଜା କରାଯାଉଛି । ଏହି ପରିପ୍ରେକ୍ଷୀରେ ନୁଆପାଟଣା ଗ୍ରାମରେ ମା’ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ନାରାୟଣ ମୃଣ୍ମୟୀ ମୂର୍ତି ସ୍ଥାପନ ପୂଜା କରାଯାଉଛି । ଏହି ଗ୍ରାମରେ ଦିର୍ଘ ୯୫ ବର୍ଷ ହେଲା ପୂଜା ହୋଇଆସୁଅଛି । ଏହି ପୂଜାକୁ କମିଟି ସମେତ ଗ୍ରାମବାସୀମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ