‘ନୁଆ-ଓ’ ଓଡିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ମିଳନୀ
ହାଟଡିହି, (ବିକାଶ ବିଶ୍ୱାଳ ) : ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଛେନାପଦି ତରଫରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଜଗନ୍ନାଥ ପ୍ରକଳ୍ପ ଲୋକର୍ପଣ ଅବସରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପରିପ୍ରେକ୍ଷୀରେ ‘ନୁଆ-ଓ’ ଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି ଏହାକୁୂ ଆନୁଷ୍ଠରାନିକ ଭାବେ ଉଦଘାଟନ କରି ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ନୋଡାଲ ଅଫିସର ଅଭିରାମ ସାହୁ ଓ ସଂଯୋଜକ ସୁବାସ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଭକ୍ତ ଶେଖର ସ୍ୱାଇଁ, ନିରଞ୍ଜନ ଜେନା, ଅଧ୍ୟାପିକା ଝରଣା ବରାଳ, ବେଦମତୀ ନାୟକ, ସୀମା ଓଝା, ପୁର୍ଣ୍ଣିମା ଦାଶ, ସାଇଜ୍ୟୋତ୍ସ୍ନା ଦାଶ, ସଂଯୁକ୍ତା ଲେଙ୍କା ପ୍ରମୁଖ ଯୋଗଦେଇ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ । ମଧୁସୁଦନ ପାଢ଼ୀ, ଦେବେନ୍ଦ୍ର ସା, ମଦନ ମୋହନ ଜେନା, ପର୍ଶୁରାମ ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କୁ ନେଇ ଓଡିଆ କବିତା ଲିଖନ, ପ୍ରବନ୍ଧ ଲିଖନ, ବ୍ୟାକରଣ ଦକ୍ଷତା ଓ ଓଡିଆ ହସ୍ତାକ୍ଷର ଉପରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୯ ଓ ୨୦ତାରିଖ ଦୁଇଦିନ ଧରି ତର୍କ, କୁଇଜ, ବକ୍ତୃତା, ଓଡିଆ ସଂଗୀତ, ଲୋକନୃତ୍ୟ, ଆଲୋଚନାଚକ୍ର, ଓଡିଆ ଚଳଚିତ୍ର ପ୍ରଦର୍ଶନ ଓ ଡ୍ରାମା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।