ନୁତନ ଏସପିଙ୍କ ସୋସୋ ଓ ନନ୍ଦିପଦା ଥାନା ପରିଦର୍ଶନ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ନୁତନ ଏସପି ଭାବେ ଯୋଗଦେଇଥିବା ନିତିନ କୁଳସକର ଡାଗୁଡୁ ଆଜି ସୋସୋ ଓ ନନ୍ଦିପଦା ଥାନା ପରିଦର୍ଶନ କରିଛନ୍ତି । ସେ ଆଜି ପୁର୍ବାହ୍ନରେ ସୋସୋ ଓ ନନ୍ଦିପଦା ଥାନାରେ ପହଞ୍ଚିବାପରେ ତାଙ୍କୁ ଥାନା ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା ।ସେ ଏନେଇ ଉଭୟ ଥାନା ଅଧିକାରୀଙ୍କ ସହିତ ଥାନାଗୁଡିକର ଅବସ୍ଥିତି, ଆଇନି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିବାବେଳେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ସୋସୋ ଥାନା ଭାରପ୍ରାପ୍ତ ଅଧିକାରୀ ଅନିଲ କୁମାର ସାମଲ ଉପସ୍ଥିତ ରହି ଥାନାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।