ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଭବ୍ୟ ଉତ୍କଳ ଦିବସ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ନୂଆଦିଲ୍ଲୀ ସ୍ଥିତ ଶୈକ୍ଷୀକ ଓ ସାଂସ୍କୃତି ସମିତି ଦେଶର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଯାହା ଦ୍ୱାରାକି ଚଳିତ ଉତ୍କଳ ଦିବସ ଅବସରରେ ଭବ୍ୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସଂଗୀତ ନାଟକ ଏକାଡେମୀ ବିଭୂଷିତା ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ରଜଂନ ଗୌହରଙ୍କ ପ୍ରଚେଷ୍ଟା ଫଳରେ ନୃତ୍ୟ, ଚିତ୍ରକଳା ପ୍ରଦର୍ଶନ, ପାଠଚକ୍ର, ଶିକ୍ଷଣ ପ୍ରଦର୍ଶନ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟକୁ ଦେଶ ବିଦେଶରେ ପହଂଚାଇବା ପାଇଁ ଏହା ଏକ ପ୍ରୟାସ ହୋଇପାରିବ । ଯୁବ କଳାକାରମାନଙ୍କର ନୃତ୍ୟ-ଗୀତ ସହିତ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ପ୍ରର୍ଶନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ପବିତ୍ର ଭଟ୍ଟ, କାର୍ତିକ ସିଂହ, ଶୁଭମ୍ ଆଚାର୍ଯ୍ୟ, ଗୁଞ୍ଜନ ଯୋଶୀ, ଅଳକାନନ୍ଦା ପ୍ରମୁଖ ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବା ସହ ନୃତ୍ୟ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି । ଏହା ଏପ୍ରିଲ ୧ ତାରିଖ ସଂଧ୍ୟା ୭ ଘଟିକା ସମୟରେ ନୂଆଦିଲ୍ଲୀର ହାବିଟାଟ ସେଂଟରରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସଂଗଠକ ପ୍ରଭାତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ