ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଜି ଉଦନ୍ତୀ ମହୋତ୍ସବ -୨୦୨୫ ଉଦ୍ଘାଟିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଜି ଉଦନ୍ତୀ ମହୋତ୍ସବ – ୨୦୨୫ ଉଦ୍ଘାଟିତ ହେବ। କଳା, ସାହିତ୍ୟ ଓ ସାଂସ୍କୃତିକ ଅନନ୍ୟା ସମ୍ଭାର ଅଟେ। ଉଦନ୍ତୀ ନଦୀ ର ଅବବାହିକା ରେ ଗଢି ଉଠିଥିବା ଜନବସତି, ସାମାଜିକ ପରମ୍ପରା, ମହନୀୟ ସଂସ୍କୃତି, ଅନନ୍ୟା ଇତିହାସ, କଳା ଓ ସାହିତ୍ୟ କୁ ଉଜ୍ଜୀବିତ କରିବାର ଉଦ୍ଦେଶ୍ୟ ମାତ୍ର। ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାଳିତ ହେଉଅଛି ୧୯ ତମ ଉଦନ୍ତୀ ମହୋତ୍ସବ। ତିନି ଦିନ ଧରି ପାଳିତ ଏହି ମହୋତ୍ସବ ରେ ଉନ୍ନୟନ ପ୍ରଦର୍ଶନୀ, ଯୁବ ପ୍ରତିଭା ଙ୍କୁ ପ୍ରୋତ୍ସାହନ, ମୁଖବନ୍ଧ ରୂପେ ସ୍ମରଣିକା, ଆଧ୍ୟାତ୍ମିକ ପ୍ରଶ୍ନମଞ୍ଚ, ଆଲୋଚନା ଚକ୍ର, ଗ୍ରାମାଞ୍ଚଳ ରେ ଯୁବକଙ୍କୁ ସାମିଲ କରିବା ନେଇ ପ୍ରତ୍ୟେକ ପଞ୍ଚାୟତ ରୁ ୨୦ ଜଣ ଯୁବକଙ୍କୁ ମହୋତ୍ସବ କମିଟି ରେ ସାମିଲ କରିଛନ୍ତି। କୁଟୀର ଶିଳ୍ପ, ବୟନ ଶିଳ୍ପ, ବାନ୍ଧ କାରୁକାର୍ଯ୍ୟ ସାଙ୍ଗକୁ ହାବସ ପୁରୀ ଶାଢ଼ୀ ପ୍ରସ୍ତୁତି ଭଳି ଅନେକ ତାଲିମ ଦେଇ ଆତ୍ମନିର୍ଭରଶୀଳ ହୋଇ ପାରିବ ଯୁବ ଗୋଷ୍ଠୀଙ୍କୁ ଆହ୍ବାନ କରିଛନ୍ତି। ମାର୍ଚ୍ଚ ୨୮, ୨୯ ଓ ୩୦ ତାରିଖ ତିନି ଦିନ ଧରି ପାଳିତ ହେବା ଉଦନ୍ତୀ ମହୋତ୍ସବ। ସମସ୍ତେ ସାମିଲ ହୋଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାକୁ ପାଳନ କମିଟି ଆହ୍ବାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ