ନୂଆପଡ଼ା ଜିଲ୍ଲା ସ୍ତରୀୟ ମାରାଗୁଡା ଲୋକ ମହୋତ୍ସବ ଦ୍ବିତୀୟ ସଂନ୍ଧ୍ୟା
ମହନୀୟ ସଂସ୍କୃତି ଅନନ୍ୟା ପରମ୍ପରାକୁ ଉଜ୍ଜୀବିତ କରିବାର ମାଧ୍ୟମ ଅଟେ
ବୋଡେ଼ନ, (ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମାରାଗୁଡା ଲୋକ ମହୋତ୍ସବ ଦ୍ବିତୀୟ ସଂନ୍ଧ୍ୟା ଆନୁଷ୍ଠାନିକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇ ଯାଇଅଛି। ସଭା ରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନା ଶବର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଲବ୍ଧ ପ୍ରତିଷ୍ଠିତ କବି ନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ବେହେରା, ମୁରଲୀ ଧର ଭୋଇ, ମାଲ୍ୟବନ୍ତ ସୁନା, କିଶୋର କୁମାର କର୍ଣ୍ଣ, କିଶୋର କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ମାରାଗୁଡ଼ା ଲୋକ ମହୋତ୍ସବ ଅଞ୍ଚଳ ର ମହନୀୟ ସଂସ୍କୃତି, ଅନନ୍ୟା ପରମ୍ପରା କୁ ଉଜ୍ଜୀବିତ କରିବାର ମାଧ୍ୟମ ଅଟେ ବୋଲି ପ୍ରକାଶ କରିଛନ୍ତି।