ନୂଆ ଭାରତ ନିର୍ମାଣ ରେ ସହାୟକ ହେବ ୨୦୧୯-୨୦୨୦ ବଜେଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

“ଏହି ବଜେଟ ନ୍ୟୁ ଇଣ୍ଡିଆ ନିର୍ମାଣରେ ସହାୟକ ହେବ। ଏହା ଆଶା, ବିଶ୍ଵାସ, ଆକାଂକ୍ଷାର ବଜେଟ। ସ୍ଵାଧିନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ସମସ୍ତ ଆଶାକୁ ଏହା ପୂରଣ କରିବ। ଗତ ୫ବର୍ଷରେ ଆମ ସରକାର ଦଳିତ, ପିଢ଼ିତ, ଶୋଷିତ ମାନଙ୍କୁ ଶସକ୍ତି କରିବାକୁ ବହୁତ ପଦକ୍ଷେପ ନେଇଛି, ଆଉ ଏହି ଶସକ୍ତ କରଣ ଆଗାମୀ ୫ବର୍ଷରେ ତାଙ୍କୁ ଦେଶର ବିକାଶରେ ପାଓ୍ଵାର ହାଉସ କରିବ। ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାର ଆଶା ଏହି ପାଓ୍ଵାର ହାଉସ୍‌ରୁହିଁ ମିଳିବ” ବଜେଟ୍‌ ଉପସ୍ଥାପନା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହା ମୋଦି ସରକାରଙ୍କ ଦ୍ଵିତୀୟପାଳିର ପ୍ରଥମ ବଜେଟ। ଏହି ବଜେଟରେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଇଛି।ମୋଦି ଦେଶବାସୀଙ୍କୁ ଦନ୍ୟବାଦ ଜଣାଇ ମଧ୍ୟ କହିଥିଲେ ଯେ, “ବଜେଟରେ କୃଷକ ମାନଙ୍କ ପାଇଁ ନୂଆ ଯୋଜନା କରାଯାଇଛି, ପିଏଏମ କିଷାନ ନିଧି ସମ୍ନାନ ଯୋଜନା ମାଧ୍ୟମରେ ଚାଷୀ ସୁବିଧା ପାଇବେ ସେହିପରି ମାଛଚାଷୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ ସମ୍ପଦ ଯୋଜନା ହୋଇଛି ଏହି ଯୋଜନା ୨୦୨୨ ପର‌୍ୟ୍ୟନ୍ତ କୃଷକମାନଙ୍କ ଆୟକୁ ଦ୍ଵିଗଣିତ କରିବ। ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ନିବେଶ ବଢାଇବା ଦ୍ଵାରା ଗ୍ରାମରେ ଲୋକ ରୋଜଗାର କ୍ଷମ ହୋଇପାରିବେ।”  ‘ସବୁ ଘରେ ଜଳ’ ଯୋଜନା ସଂପର୍କରେ ମୋଦି କହିଥିଲେ ଯେ, “ଜନ ଶକ୍ତି ବିନା ଜଳ ସଂଚୟ ସମ୍ଭବ ନୁହେଁ। ଜନ ଆନ୍ଦୋଳନରେ ହିଁ ଜଳ ସଂଚୟ ସମ୍ଭବ ହୋଇପାରିବ। ସ୍ଵଚ୍ଚଭାରତ ମିଶନ ପରି ସବୁ ଘରେ ଜଳ ମଧ୍ୟ ସଫଳ ହେବ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ