ନୂତନସ୍କୁଲ ବା କଲେଜରେ ଆବଶ୍ୟକ ଅନୁଯାୟୀ ବୃକ୍ଷ ବା ବୃକ୍ଷରୋପଣ ନେହେଲେ ଅନୁମତି ମିଳିବ ନାହିଁ:ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
କରଞ୍ଜିଆ(ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ୍ ଦୁଧିଆଣି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ୨ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସ୍ୱତନ୍ତ୍ର ଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ଶୁଭଦ୍ରା ମାର୍ଣ୍ଡି, ରରୁଆଁ ବ୍ଲକ ଅଧକ୍ଷ୍ୟ ଅଜିତ ତିରିଆ,ମୁଖ୍ୟବକ୍ତା ଭାବେ ଭାଗବତ ଲେଙ୍କା, ଓଷ୍ଠାର ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ, ଶିଶୁ ଉତ୍ସବର ସାଙ୍ଗଠନିକ ସମ୍ପାଦକ ତଥା ଦୁଧିଆଣି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗମୋହନ ମହାନ୍ତ, ଓଷ୍ଟା ମୟୁରଭଞ୍ଜ ୨ର ସମ୍ପାଦକ ଭାଗ୍ୟବାନ ମହାନ୍ତ, ଓଷ୍ଠାର ପୂର୍ବତନ ଜିଲ୍ଳାସଭାପତି ଶରତଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ଏଭଳି କାର୍ଯ୍ୟକ୍ରମ ନିତାନ୍ତ ଆବଶ୍ୟକ ଓ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ନିଜ ନିଜ ପରିବେଶ ରକ୍ଷା ଦେଶରେ ତଥା ପୃଥିବୀରେ ଜଙ୍ଗଲ ନଷ୍ଟରୁ ହେଉଥିବା ବିପତ୍ତିରୁ ଆଗାମୀ ପିଢ଼ିକୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ ଏବଂ ପରିବେଶକୁ ରକ୍ଷା କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ସ୍କୁଲ ପରିସରରେରେ ବ୍ୟାପକ ବୃକ୍ଷରୋପଣ ସହିତ ସୁନ୍ଦର ବଗିଚା ସୃଷ୍ଟି ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ମଞ୍ଚରୁ ଆଗାମୀ ସମୟରେ ଯେଉଁ ନୂତନ ସ୍କୁଲ କିମ୍ବା କଲେଜ ଖୋଲିବ ସେ ସ୍କୁଲ ବା କଲେଜରେ ଆବଶ୍ୟକ ବୃକ୍ଷ ନଥିଲେ ବା ବୃକ୍ଷ ରୋପଣ ହୋଇନଥିଲେ ସରକାର ସେ ଅନୁଷ୍ଠାନକୁ ମାନ୍ୟତା ଦେବେ ନାହିଁବୋଲି ଘୋଷଣା କରିଥିଲେ ଶେଷରେ ଅତିଥି ମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଗତକାଲି ଓଷ୍ଟା ଜିଲ୍ଲାସଭାପତି ଦୁର୍ଯ୍ୟାଧାନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଳାସ୍ତରୀୟ ଶିଶୁ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଆଇଟିଡିଏ ପିଏ ପ୍ରବୀଣ କୁମାର ବାଣୁଆ, ସ୍ୱତନ୍ତ୍ର ଅତିଥି ଭାବେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ସମ୍ମାନିତ ଅତିଥି ରୂପେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଜାଫର ଆଲମ, ମୁଖ୍ୟବକ୍ତା ଭାବେ ଓଷ୍ଟାର କୋଷାଧକ୍ଷ ଅଶୋକ କୁମାର ମହାପାତ୍ର, ଦୁଧିଆଣି ସରପଞ୍ଚ ନୀତିମା ସୟ, ସୁବଲ ଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ଶିଶୁ ମହୋତ୍ସବରେ ମୟୁରଭଞ୍ଜ ୨ ଅଞ୍ଚଳ ସ୍କୁଲର ଛାତ୍ରଛାତ୍ରୀମାନେ ୧୦ଟି ବିଭାଗର ପ୍ରତିଯୋଗିତାରେ ଭାଗ ନେଇଥିଲେ ପ୍ରତ୍ୟେକ ବିଭାଗରୁ ୩ ଜଣ ଲେଖାଏ କୃତୀ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ପାଞ୍ଚପିଢ଼ ଓ ବାମନଘାଟି ଉପଖଣ୍ଡ ରେ ଆୟୋଜିତ ହୋଇଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ରେ କୃତି ପ୍ରତିଯୋଗୀ ମାନେ ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବରେ ଅଂଶ ଗ୍ରହଣ କରିଥିଲେ.