ନୂତନ ଅଧ୍ୟାପିକା ଓ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାଣୀବିଜ୍ଞାନ ଅଧ୍ୟାପିକା ଓ ଯୁକ୍ତ ତିନି ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦ ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଅଧ୍ୟାପକ ଡକ୍ଟର ହିମାଂଶୁ ରଥ, ଇଂରାଜୀ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ପ୍ରାଣୀବିଜ୍ଞାନ ଅଧ୍ୟାପକ ରାମକୃଷ୍ଣ ନାୟକ, ଏବଂ ପ୍ରାଣୀବିଜ୍ଞାନ ଅଧ୍ୟାପିକା ପ୍ରତୀକ୍ଷା ସାହୁ ଓ ମଧୁସ୍ମିତା ଦେବୀ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ପ୍ରାଣୀବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ଦେବୀଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସେହିପରି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ନିଜର ପରିଚୟ ପ୍ରଦାନ ପରେ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ନବାଗତଙ୍କୁ ସ୍ୱାଗତ ଜଣାଇଥିଲେ। ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଚରିତ୍ରବାନ ହୋଇ ଉତ୍ତମ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ