ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଥିଲେ , ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ନିମନ୍ତେ ନୂତନ ଉପଜିଲ୍ଲାପାଳ ଭାବେ ପ୍ରଶିକ୍ଷଣ ସମାପ୍ତ କରିଥିବା ୨୦୧୮ ବ୍ୟାଚର ଆଇଏଏସ ଶୁଭଙ୍କର ମହାପାତ୍ର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ଏଥି ପୂର୍ବରୁ ଥିବା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ଆରଟିଓ ଭାବେ ବଦଳି ହୋଇଥିବାଜଣାପଡିଛି  ଶ୍ରୀ ମହାପାତ୍ର ପୂର୍ବରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପ୍ରବେଶନାରୀ ଅଫିସର ଭାବେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ |  ସେ ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ବେଶ ଜଣାଶୁଣା  ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ଭାବେ ବାଲିଗୁଡା ଉପଖଣ୍ଡର ନଅଟି ବ୍ଲକକୁ ନେଇ ଗଠିତ ,ବାଲିଗୁଡ଼ା ଉପଖଣ୍ଡକୁ ସେ ଭଲ ଭାବେ ଜାଣିଥିବାରୁ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ନଗରବାସୀ ଆଶା ଆଙ୍କାକ୍ଷା ଓ ଦୃଢ଼ ବିଶ୍ୱାସ ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ