ନୂତନ ଉପଜିଲ୍ଲାପାଳଙ୍କ ମୋହନା ଗସ୍ତ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ଦିଲିପ ମହାରଣା ମଙ୍ଗଳବାର ଦିନ ମୋହନା ବ୍ଳକ ଗସ୍ତରେ ଆସି ଶିଶୁ ବିକାଶ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରି କିପରି ଅଂଚଳରେ ଶିଶୁମାନଙ୍କୁ ଓ ଗର୍ଭବତୀ ମାନଙ୍କୁ ଗରମ ଖାଦ୍ୟ ଓ ସୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ଏ ନେଇ ଆଲୋଚନା କରିଥିଲେ ଶିଶୁ ବିକାଶ ଅଧିକାରିନୀ ଲଳିତା ମଲ୍ଲିକଙ୍କ ସହ । ଏହା ପରେ ସେ ମୋହନା ତହସିଲ କାର୍ଯ୍ୟାଳୟକୁ ଯାଇ ପରିଦର୍ଶନ କରି ତହସିଲଦାର ସାରଦା ପ୍ରଶ୍ନ ପଣ୍ଡାଙ୍କ ସହ ଆଲୋଚନା କରିବା ସହ ତହସିଲ କର୍ମଚାରୀମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଗଜପତି ଜିଲ୍ଲାର ପରିବହନ ବିଭାଗ ଅଧିକାରୀ ଭାବେ ଦାୟିତ୍ୱରେ ରହିଛନ୍ତି ତାଙ୍କରି ଗସ୍ତ ସମୟରେ କିଛି ଘଂଟା ପୂର୍ବରୁ ମୋହନା ହିଲଟପ୍ ମହାବିଦ୍ୟାଳୟ ଛକ ନିକଟରେ ପରିବହନ ବିଭାଗର କିଛି ଅଧିକାରୀ ଜାନ ବାହାନ ଯାଂଚ କରୁଥିଲେ । ଠିକ ସେହି ସମୟରେ ପରିବହନ ବିଭାଗ ଜଣେ ପୁଲିସ କର୍ମଚାରୀ ଯାହାରକି ମୁହଁରେ ନଥିଲା ମାକ୍ସ ଖାକି ପୋଷାକ ପିନ୍ଧି ହାତରେ ବାଡି ଧରି ଅଟକାଉଥିଲେ ଗାଡି । ଖୁଦ ନିଜେ କୋଭିଡ ନିୟମଙ୍କୁ ଉଲଘ୍ନନ କରି ଗାଡି ଗୁଡା ଯାଂଚ କରିଛନ୍ତି ତେବେ ସାଧାରଣ ଲୋକଙ୍କୁ କିଭଳି ଏମାନେ ମାକ୍ସ ନଥିବେ ହେତୁ ଶ୍ଲୋକ ଆଦାୟ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ