ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଆଜି ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦଙ୍କୁ ବିଦ୍ୟାଳୟ ଏବଂ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି I ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବେଲଗୁଣ୍ଠା ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣୀ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା ଜମିଟି ଅଧ୍ୟକ୍ଷ ରାଧା କୃଷ୍ଣ ନାୟକ, ସିଆରସିସି କାର୍ତ୍ତିକେୟ ସେଠୀ, ପୂର୍ବତନ ସିଆରସିସି ବାଳକୃଷ୍ଣ ସାବତ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଗ୍ରାମ୍ୟ ପରିଚାଳନା କମିଟି ଅଧ୍ୟକ୍ଷ ଶଙ୍କର ବିଷୋୟୀ, ସମ୍ପାଦକ ପ୍ରଫୁଲ୍ଲ ସ୍ଵାଇଁ, ୱାର୍ଡ଼ ସଭ୍ୟ ପଞ୍ଚାନନ ପାଣିଗ୍ରାହୀ, ଅନନ୍ତ ବିଷୋୟୀ, ସନ୍ତୋଷ ଡାକୁଆ ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ନିଜ ନିଜର ବକ୍ତବ୍ଯ ଉପସ୍ଥାପନ କରିବା ସହ ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇବାକୁ ଦୃଢ଼ ପ୍ରତିଶୃ୍ତି ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ,ଶିବ ରାମ ମହାନ୍ତି, ପ୍ରକାଶ ଗୌଡ଼, ଶିକ୍ଷୟିତ୍ରୀ ସ୍ମିତା ନାୟକ, ଦୀପା ପ୍ରଧାନ, ପିଙ୍କି ଦଳାଇ, ଅଳକା ମହାପାତ୍ର ଏବଂ ଆଇ.ଇ ଭଲ୍ୟୁଣ୍ଟର ନାରାୟଣ ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ