ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅଭୟ କୁମାର ବେହେରା ଗତ ୨୩ ତାରିଖରେ ଯୋଗଦାନ କରିଥିବାରୁ ଶୁକ୍ରବାର ଯୋଡା ପୌରାଞ୍ଚଳ ଅଧୀନସ୍ତ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଡା ଭେଲି ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦୀର୍ଘଦିନ ଧରି ଯୋଡା ବ୍ଲକରେ ଜଣେ ସ୍ଥାୟୀ ବିଇଓ ନିଯୁକ୍ତି ହୋଇନଥିବା ବେଳେ ଶ୍ରୀଯୁକ୍ତ ବେହେରା ଯୋଗଦାନ କରିଥିବାରୁ ଶିକ୍ଷକ ମହଲରେ ଆନନ୍ଦ ଦେଖାଯାଇଛି । ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ପୂରଣ ନହୋଇ ଦୀର୍ଘଦିନ ପଡିରହିଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ନୂତନ ବିଇଓ ଯୋଗଦାନ କରିବା ଦ୍ୱାରା ଠିକ୍ ସମୟରେ ଦରମା ପ୍ରଦାନ, ପଡିରହିଥିବା ଶିକ୍ଷକ ମାନଙ୍କର ବିଭିନ୍ନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ତାଙ୍କ ଅଭିଭାଷଣରେ କହିଥିଲେ । ଆଦିବାସୀ ଅଦ୍‌ୟୁଷିତ ଯୋଡା ବ୍ଲକରେ ଶୈକ୍ଷିକ ସ୍ତରକୁ ବୃଦ୍ଧି କରିବା ଦିଗରେ ତଥା ଡ୍ରପ ଆଉଟ ହାରକୁ ସମ୍ପୂର୍ଣ୍ଣ ହ୍ରାସ କରିବା ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗ କାମନା କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ଏବିଇଓ ପ୍ରଶାନ୍ତ କୁମାର ସେଠୀ, କାର୍ତ୍ତିକ ବେହେରା, ପୌରାଞ୍ଚଳ ଶିକ୍ଷକ ସଂଘ ସଭାପତି, ସମ୍ପାଦକ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ