ନୂତନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଉଦ୍ଧବ ଠାକରେ

ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ମହାରଷ୍ଟ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ଗୁରୁୁବାର ଶିବାଜୀ ପାର୍କରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଶିବସେନା , କଂଗ୍ରେସ ଏନସିପିର ମେଣ୍ଟ ସରକାର ମହାରଷ୍ଟ୍ରରେ ଗଠିତ ହୋଇଛି । ସୁଚନାଯୋଗ୍ୟ , ଆସନ୍ତାକାଲି ଅର୍ଥାତ ଶନିବାର ଉଦ୍ଧବ ଠାକରେ ବିଧାନସଭାରେ ସଂଖ୍ୟାଗରିଷ୍ଠିତା ପ୍ରମାଣ ଦେବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ