ନୃତ୍ୟଶିଳ୍ପୀ ପ୍ରତ୍ୟୁଷାଙ୍କୁ ଅର୍ଜୁନ ସ୍ମୃତି ସମ୍ମାନ

ବନ୍ତ, (ଚାନ୍ଦିନୀ ମହାନ୍ତି):କୁନି ନୃତ୍ୟଶିଳ୍ପୀ ପ୍ରତ୍ୟୁଷା ଦାସଙ୍କୁ ଅର୍ଜୁନ ସେଠୀ ସ୍ମୃତି ସଂସଦ ପକ୍ଷରୁ ସମ୍ମାନୀତ କରାଯାଇଛି । ଆୟୋଜିତ ସଭାକୁ ରବିନ୍ଦ୍ର କୁମାର ପଣ୍ଡା ପୌରହିତ୍ୟ କରିଥିବା ବେଳେ ଭଦ୍ରକର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଞ୍ଜିତା ସ୍ୱାଇଁ ପ୍ରତ୍ୟୁଷାଙ୍କୁ ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ତଥା ମାତା ଦୀପିକା ଦାସ ପିତା ଭଗବାନ ଦାସଙ୍କ କନ୍ୟା ପ୍ରତ୍ୟୁଷା ଜଣେ ଉଚ୍ଚ କୁଟୀର ନୃତ୍ୟଶିଳ୍ପୀ । ଏବେ ସେ ମନ୍ଦିରା ସ୍କୁଲ ଅଫ୍ ଡ୍ୟାନ୍ସ ଏକାଡେମିର ଅଧ୍ୟକ୍ଷା ଶ୍ୱେତପଦ୍ମା ଦାସ ବେହେରାଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ