ନେଟ୍ ଓାର୍କ୍ୱ ସମସ୍ୟା ଓ ନାହିିଁ ସ୍ମାର୍ଟ ମୋବାଇଲ, ଇ- ଶିକ୍ଷା ସଫଳ ହେବ କେମିତି : ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବନ ପାହାଡ ଘେରା ଦୁର୍ଗମ ଗଜପତି ଜିଲ୍ଲା ଭଳି ଅନେକ ଜିଲ୍ଲା ରହିଛି ଯେଉଁ ଠାରେ କି ୫୦% ରୁ ଉର୍ଦ୍ଧ ଅଞ୍ଚଳରେ ନେଟ୍‌ୱାର୍କ ସେବା ପହଞ୍ଚେ ନାହିଁ । ଏଥି ସହ “ଇ” ଶିକ୍ଷା ପାଇଁ ସ୍ମାର୍ଟ ମୋବାଇଲର ଆବଶ୍ୟକତା ରହିଛି । ଆଦିବାସୀ ବହୁଳ ଗରିବ ଗଜପତି ଜିଲ୍ଲାର ଶତକଡା ୬୦% ଲୋକ ଗରିବ ଶ୍ରେଣିର ଅଟନ୍ତି । ସ୍ମାର୍ଟ ମୋବାଇଲ କିଣିବା ପାଇଁ ଅର୍ଥାଭାବ ରହିଛି । ତେଣୁ ନେଟ୍‌ୱାର୍କ ସମସ୍ୟା ଓ ବିନା ସ୍ମାର୍ଟ ମୋବାଇଲରେ “ଇ” ଶିକ୍ଷା କିପରି ସଫଳ ହେବ ବୋଲି ପାରଳା ବିଧାୟକ କେ.ନାରାୟଣ ରାଓ ପ୍ରଶ୍ନ କରିଛନ୍ତି । ଗତକିଛି ଦିନ ହେଲା ଲକ୍‌ଡାଉନ୍ ଯୋଗୁଁ ସରକାରଙ୍କ ପକ୍ଷରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ“ଇ”ଶିକ୍ଷା ପ୍ରଚଳନ କରାଯାଇଛି । ହେଲେ ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ଏଠାରେ ସବୁ ଅଞ୍ଚଳରେ ନେଟ୍‌ୱାର୍କ ସେବା ପହଞ୍ଚେ ନାହିଁ । ଏଠାକାର ୫୦% ଲୋକେ ଗରିବ ଶ୍ରେଣୀର ଅଟନ୍ତି । ତେଣୁ “ଇ”ଶିକ୍ଷା ପାଇଁ ଯେଉୁଁ ସ୍ମାର୍ଟ ଫୋନ୍‌ର ଆବଶ୍ୟକ ରହିଛି । ଏହି ଗରିବ ଶ୍ରେଣିର ଲୋକେ ତାହା କିଣିବା ସମ୍ଭବ ନୁହେଁ ଏବଂ ନେଟ୍‌ୱାର୍କ ଅପହଞ୍ଚ ଯୋଗୁଁ “ଇ” ଶିକ୍ଷା ସମ୍ଭବ ନୁହେଁ ବୋଲି ବିଧାୟକ ଯୁକ୍ତି ବାଢିଛନ୍ତି । ତେଣୁ ଗଜପତି ଭଳି ଜିଲ୍ଲାରେ ଅନ୍‌ଲାଇନ୍ ଶିକ୍ଷା ସଫଳ ହେବକି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ଏହି ଯୋଜନା କେବଳ ସରକାରଙ୍କ ପ୍ରଚାର ପ୍ରସାର ହେବା ଛଡା ପିଲାଙ୍କ ପାଠପଢାରେ କୌଣସି ଉନ୍ନତି ପରିଲକ୍ଷିତ ହେବନାହିଁ ବୋଲି ପାରଳା ବିଧାୟକ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ