ନେତାଙ୍କ ପ୍ରତିଶୃତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯାହା ହେଇଗଲା ଗଲା, ଏବେ ଆଉ ନୁହେଁ, ଭଲ ଖାଦ୍ୟ ପ୍ରସ୍ତୁତ କର, ବଦନାମ ହେଲାଣି, ଭାଇ ବିଗୁଡୁଛନ୍ତି। କାହିଁକିନା ଏ ଇଲେକ୍ସନ ପରେ ଆସନ୍ତା ଇଲେକ୍ସନ ରେ ଭାଇ ନିଶ୍ଚିତ ଏମ୍ ଏଲ୍ ଏ ଲଢିବେ। କାରଣ ଆମର ଏଠି ବିଜେପି ରେ କେହି ଟାଣୁଆ ନେତା ନାହାଁନ୍ତି। ସେଇଥିପାଇଁ ପରା ସିଏ ଭାଇଙ୍କ ଉପରେ ଭରସା କରୁଛନ୍ତି। ପଣ୍ଡା ବାବୁ ଭରସା ଦେଇଛନ୍ତି ଯେ- ମୋତେ ସହଯୋଗ କର ତାପରେ ମୁଁ ତୁମକୁ ବିଜେପି ରେ ମିଶେଇକି ଟିକେଟ୍ କରେଇ ବି। ସେଇଥିପାଇଁ ପରା ମ୍ୟୁନିସିପାଲିଟି ଭୋଟ୍ ବେଳେ ସେ ବିଜେପି ପାଇଁ ପ୍ରଚାରକୁ ନଆସି ଭିତିରିଆ ଭାଇଙ୍କୁ ସହଯୋଗ କଲେ ଆଉ ଜିତାଇଲେ। ତାପରେ ବିରୋଧି ହେଇକି ବି ପଣ୍ଡା ବାବୁ ଭାଇଙ୍କ ପୁଅ ବାହାଘର ରେ ହେଲିକପ୍ଟର ରେ ଆସି ପହଞ୍ଚିଲେ। ଏ କଥା ତୁଯାଣିନୁ! ସେଇଥିପାଇଁ ଭାଇ ପଣ୍ଡା ବାବୁଙ୍କୁ ଜିତେଇବା ପାଇଁ ଲାଗିଚନ୍ତି। ଏଥର ପଣ୍ଡା ବାବୁ ଜିତିବାଟା ଥୟ। ଲୋକ ପସ୍ତଉଚନ୍ତି ଅନୁଭବକୁ ଭୋଟ୍ ଦେଇ, ଆମେ ଆଗରୁ ଭଲରେ ଥିଲୁ ଏବେ ଭାଇଙ୍କ ପାଇଁ କା ମରିବାକୁ ପଡୁଛି। ଭାଇ ଯାହା କହିବେ ସେୟା, ନହେଲେ ହଇରାଣ କରିବେ। ହଉ ଏକଥା କୋଉଠି ହାଲା କରିବାନି ନହେଲେ ଭାଇ ରାଗିବେ। ଭାଇଟା ପ୍ରକୁତ ରେ ଭଲ ଲୋକ ନୁହେଁ କାହିଁକିନା ଯିଏ ବାପା ମା ର ନୁହେଁ ସେ ଦୁନିଆର କାହାର ନୁହେଁ। ଏକଥା ଶୁଣିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ଆହାର କେନ୍ଦ୍ରରେ ଦୁଇ ଜଣ ମହିଳାଙ୍କ ବାର୍ତ୍ତାଳାପରୁ। ଏ କଥାର ଅର୍ଥ ହେଉଛି କେନ୍ଦ୍ରାପଡ଼ାରେ ବିଜେଡିର ଜନୈକ ବଡ ନେତା ବୋଲାଉଥିବା ବ୍ୟକ୍ତି ଆସନ୍ତା ୨୦୨୯ ନିର୍ବାଚନ ନିମନ୍ତେ ଏବେ ଠାରୁ ପ୍ରସ୍ତୁତିରେ ଲାଗି ପଡିଲେଣି। ସେ ଏବେ ବିଜେଡିରେ ଥାଇ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ଜିତାଇବା ଲାଗି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ ବିଜେଡି ହାଇ କମାଣ୍ଡରଙ୍କ କଡା ନିର୍ଦ୍ଦେଶ ପ୍ରାଣପଣେ ଚେ଼ଷ୍ଟା କରି ଆମ ପ୍ରାର୍ଥୀଙ୍କୁ ବିପୁଳ ପରିମାଣ ଭୋଟରେ ଜିତାଅ। କେବଳ ଉପରୋକ୍ତ ନେତା ନୁହଁନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜେଡି ଏବଂ କଂଗ୍ରେସର ହେବିଓ୍ବେଟ୍ ନେତା ବୈଜୟନ୍ତଙ୍କୁ ସହଯୋଗ କରୁଥିବାର ଶୁଣିବାକୁ ମିଳିଛି। ତାହାଲେ ଆଗକୁ କେଉଁ ନେତାଙ୍କର କାର୍ଯ୍ୟଧାରା କଣ ରହୁଛି ତାହା ଦେଖିବାକୁ ବାକି ରହିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ