ମୁଖ୍ୟ ରାସ୍ତା ଉପରେ ଚାରି ଚକିଆ ଯାନର ସ୍ଥାୟୀ ପାର୍କିଂ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପାରଳା ପୌର ପରିଷଦ ଚେଇଁ ଶୋଇବା ନୀତିରେ ନିଷ୍କ୍ରିୟ ରହିବା ଯୋଗୁଁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଏପରିକି ପାରଳା ସହରର ମୁଖ୍ୟ ରାସ୍ତା ଉପରେ ବେନିୟମ ଭାବେ ଚାରି ଚକିଆ ଯାନକୁ ସ୍ଥାୟୀ କରାଯାଇଥିଲେ ସୁଦ୍ଧା ପୌର ପରିଷଦ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ଅନ୍ୟତମ ମୁଖ୍ୟରାସ୍ତା ବଜାର ଛକରୁ କୁମୁଟିସାହି ଦେଇ ରାଜଦାଣ୍ତକୁ ସଂଯୋଗ କରୁଥିବା ରାସ୍ତା ବର୍ତମାନ ଗାଡି ଚଳାଚଳ ପାଇଁ ଅସୁବିଧା ହେଉଛି। ପୁର୍ବରୁ ଏହି ୨୦ ଫୁଟିଆ ରାସ୍ତାରେ ଯଦିବା ନିୟମିତ ଯାନବାହାନ ଅବାଧରେ ଚଳାଚଳ କରିପାରୁଥିଲା, ବର୍ତ୍ତମାନ ଏହି ରାସ୍ତା ଦେଇ ପାଦରେ ଚାଲିଯିବା ମଧ୍ୟ କାଠିକର ହୋଇ ପଡ଼ିଲାଣି। ତେବେ ଏହି ରାସ୍ତାରେ ସ୍ଥାୟୀ ଭାବେ ଚାରିଚକିଆ ଯାନବାହାନ ପାକିଂ କରାଯିବା ଯୋଗୁଁ ପରିସ୍ଥିତି ଏପରି ହୋଇଛି ବୋଲି ସହରବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ରାସ୍ତାର ମଧ୍ୟ ଭାଗରେ ପ୍ରଥମେ ଦୁଇଚକିଆ ଯାନକୁ ସାହିବାସୀ ରଖୁଥିଲେ | ଏବେ ଅଧିକାଂଶ ଘରେ ଚାରିଚକିଆ ଯାନ ରହିଥିବା ବେଳେ ଘର ସମ୍ମୁଖ ରାସ୍ତା ଉପରେ ସ୍ଥାୟୀ ଭାବେ ପାକିଂ କରିସାରିଲେଣି କହିବାକୁ ଗଲେ ରାସ୍ତାର ଅର୍ଦ୍ଧେକ ସ୍ଥାନ ଏବେ ଚାରିଚକିଆ ଯାନବାହାନ ରହିବା ଯୋଗୁଁ ଅବରୋଧ ହୋଇଗଲାଣି । ତେବେ ଏଥିପ୍ରତି ପୌରପାଳିକା ଧ୍ୟାନ ଦେଉନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଅସନ୍ତେଷ ପ୍ରକାଶ କରିଛନ୍ତି.


