ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ କମିଟି, କେନ୍ଦ୍ରାପଡା ଶାଖାର ସଭାପତି ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ସ୍ଥାନୀୟ ନାଉପାଳ ଠାରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନେତାଜୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ ପରେ ନେତାଜୀଙ୍କ ସମ୍ପର୍କରେ ରଚିତ ଏକ ସଂଗୀତ କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ ପରିବେଷଣ କରିଥିଲେ । ଜୟନ୍ତୀ କମିଟିର କେନ୍ଦ୍ରାପଡା ଶାଖା ସମ୍ପାଦକ ପବିତ୍ର ମୋହନ ପଟ୍ଟନାୟକ, ବରିଷ୍ଠ କର୍ମକର୍ତ୍ତା ହୀରାମଣି ରାଉତ, ଏଲୀନା ସାମନ୍ତରାୟ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ, ସମାଜସେବୀ ପ୍ରହ୍ଲାଦ ନାୟକ, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ, କନକଲତା ପରିଡା, ରୋଜିନା ବିବି, ବ୍ରଜବାଳା ନାୟକ, ସୈାମ୍ୟା ନାୟକ ପ୍ରମୁଖ ନେତାଜୀଙ୍କ ଜୀବନ ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମ ପ୍ରତିଥିବା ଅମୂଲ୍ୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନେତାଜୀ ସୁବାଷ ବୋଷଙ୍କ ପରି ସଂଗ୍ରାମୀ ସାରା ବିଶ୍ୱ ଇତିହାସରେ ବିରଳ । ଜୀବନତମାମ ସେ ଖାଲି ଦେଇ ଦେଇ ଚାଲିଗଲେ । ନେତାଜୀ ସବୁଦିନ ଲାଗି ପ୍ରତ୍ୟେକ ଭାରତୀୟଙ୍କ ମନ ଓ ହୃଦୟରେ ମହାନ ସଂଗ୍ରାମୀ ଭାବରେ ବଞ୍ଚି ରହିଥିବେ ବୋଲି ବକ୍ତାମାନେ ମତବ୍ୟକ୍ତି କରିଥିଲେ ।