ବରିଷ୍ଠ ସାମ୍ବାଦିକ ବ୍ରଜକିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାମ୍ବାଦିକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଦୈନିକ ସମ୍ବାଦର ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ବ୍ରଜକିଶୋର ସିଂଙ୍କ ସୋମବାର ସନ୍ଧ୍ୟାରେ କଟକ ବଡ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସିଂଙ୍କ ମରଶରୀର କଟକରୁ ତାଙ୍କ ରାଜକନିକାସ୍ଥିତ ବାସଭବନକୁ ଯାଉଥିବା ବେଳେ କେନ୍ଦ୍ରାପଡା ସହରର ତିନିମୁହାଣିଛକରେ କେନ୍ଦ୍ରାପଡାର ସାମ୍ବାଦିକମାନେ ତାଙ୍କ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସନ୍ତୋଷ କୁମାର ପଣ୍ଡା,ପ୍ରସାନ୍ତ କୁମାର ନାୟକ, ମନୋଜ କୁମାର ସ୍ୱାଇଁ, ରାଧାକାନ୍ତ ମହାନ୍ତି, ଉମାକାନ୍ତ ମହାପାତ୍ର, ମହେଶ ପାଢୀ, ପ୍ରଫୁଲ୍ଲ ସାହୁ, ଉମେଶ ପାଢୀ, ଲିଙ୍ଗରାଜ କର, ସ୍ୱାପ୍ନାଶ୍ରୀ ପଣ୍ଡା,ସମାଜସେବୀ ନଳିନୀକାନ୍ତ ପୃଷ୍ଟି, ପ୍ରବୀଣ ବଳ, ଚିନ୍ମୟରଞ୍ଜନ ଦାସ, ଦେବଜ୍ୟୋତି ଜେନା, ରାଜେଶ କୁମାର ପାତ୍ର , ଲକ୍ଷ୍ମୀକାନ୍ତ ନାୟକ, ସାବିର ଖାନ ପ୍ରମୁଖ ସ୍ୱର୍ଗତ ସିଂଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


