ନେରେଡି ପ୍ରକଳ୍ପକୁ ନେଇ ଉଚ୍ଚସ୍ତରୀୟ ବୈଠକ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବଂଶଧାରା ଓ ନାଗାବଳୀ ଅବବାହିକାର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ନେରେଡି ପ୍ରକଳ୍ପକୁ ନେଇ ଉଚ୍ଚସ୍ତରୀୟ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଉଭୟ ଓଡିଶା -ଆନ୍ଧ୍ର ଓ କେନ୍ଦ୍ରୀୟ ଦଳ ଆୟୋଗର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହ ବଂଶଧାରା ସୁରକ୍ଷା କମିଟିର ପ୍ରତିନିଧିମାନଙ୍କ ଉପସ୍ଥିତିରେ ବୈଠକ ଆୟୋଜିତ ହୋଇଥିଲା. ନେରେଡି ପ୍ରକଳ୍ପ ଦ୍ୱାରା ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ପ୍ରଭାବିତ ଲୋକଙ୍କ ସବିଶେଷ ଆଲୋଚନା,  କ୍ଷୟକ୍ଷତିର ଆକଳନ ଓ ସମସ୍ତ ନିଷ୍ପତ୍ତି ପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ  ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ବଂଶଧାରା ନଦୀରେ ଆନ୍ଧ୍ର ପକ୍ଷରୁ ନେରେଡି ପ୍ରକଳ୍ପ ନିର୍ମାଣ ନେଇ ଅନେକ ବିବାଦ ସୃଷ୍ଟି ହୋଇ ଥିବା ବେଳେ ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ଏହି ବ୍ୟାରେଜ ନିର୍ମାଣ  ହେଲେ ବଂଶଧାରା ନଦୀର ଓଡ଼ିଶା କୂଳରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ୧୬ ଜଣିଆ ପ୍ରତିନିଧି ଦଳ ବଂଶଧାରା ସୁରକ୍ଷା କମିଟିର ଉପଦେଷ୍ଟା ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବ୍ରଜମୋହନ ନାୟକଙ୍କ ନେତୃତ୍ୱରେ ମଧ୍ୟ ସାମିଲ ହୋଇଥିଲେ। ପ୍ରକଳ୍ପ ଯୋଗୁଁ ସମ୍ଭାବ୍ୟ ପ୍ରଭାବ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା, ପ୍ରଭାବିତ ଲୋକଙ୍କ ଅଭିଯୋଗ ପ୍ରକାରେ, ବ୍ୟାରେଜ ନିର୍ମାଣ ସ୍ଥଳରେ ସରକାରଙ୍କ ପ୍ରତିନିଧି ରହି, ଜମି ଚିହ୍ନଟ, କ୍ଷୟକ୍ଷତିର ଆକଳନ ଏବଂ କ୍ଷତିପୂରଣ ବାବଦରେ ଲୋକଙ୍କ ସହ ସିଧାସଳଖ ଆଲୋଚନା ନ କରିବା ଯାଏଁ ନିର୍ମାଣ କାର୍ଯ୍ୟ ଆଗକୁ ନ ବଢେଇବା ନେଇ ନିଷ୍ପତ୍ତି ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ