ନେହୁରୁ ବହୁମୁଖୀ ବିଦ୍ୟାପୀଠରେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାହିତ୍ୟ ସୃଜନୀ, ଭାଷାର ବିକାଶ, ସୃଜନଶୀଳତା ଓ ଜିଜ୍ଞାସା ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ଓ ଭାଷା ସାହିତ୍ୟ ଲେଖନୀ ମାଧ୍ୟମରେ ସୁସ୍ଥ ସମାଜ ଗଠନ କରିପାରିବେ ବୋଲି ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ସ୍ଥିତ ନେହୁରୁ ବହୁମୁଖି ବିଦ୍ୟାପୀଠପକ୍ଷାରୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଧାରିତ ଓଡ଼ିଆ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।ମୋ କଥା ମୋ କାହାଣୀ ଶୀର୍ଷକ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନୀ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଶିଷ୍ଠ ସାହିତ୍ୟିକ ଲକ୍ଷ୍ମୀ ନାରାୟଣ ପଟନାୟକ ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ପଟ୍ଟନାୟକ ହରିହର ପାଢ଼ୀ କବି ବିନାୟକ ଦାଶ ଗୋଦାବରୀ ସାସମଲ ପୂର୍ବତନ ସମିତିସଭ୍ୟ ପ୍ରତାପଚନ୍ଦ୍ର ପ୍ରଧାନ ପି ସରୋଜକୁମାର ସୁବୁଦ୍ଧି ଏ ଜଗନ୍ନାଥ ଅଚାରୀ ସାମାଜିକକର୍ମୀ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାଷା ସାହିତ୍ୟ ସୃଜନୀ ଶକ୍ତିର ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାହିତ୍ୟ ସୃଜନୀ, ଜିଜ୍ଞାସା , କୁଶଳୀ ଓ କ୍ରିଡ଼ାଙ୍ଗନ ନାମକ ଚାରୋଟି କ୍ଲବ ଗଠନ ହୋଇଥିବା ବେଳେ ନିଜର ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିକ୍ଷକ ଦିଗାମ୍ବର ରଣା କିଶୋର କୁମାର ରାଉତ ସୁଶାନ୍ତ କୁମାର ମିଶ୍ର ଶିକ୍ଷୟିତ୍ରୀ ଧରିତ୍ରୀ ମିଶ୍ର ଲିପଲିନ ପାତ୍ର ମିତା ସାହୁ ବ୍ରହ୍ମଶ୍ରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃତୀ ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।


