ନେହୁରୁ ଯୁବକେନ୍ଦ୍ର ଓ କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ସମ୍ମିଳନୀ ଓ କୃତିତ୍ୱ ସମାରୋହ
ଛତ୍ରପୁର : ଗଂଜାମ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ଓ କ୍ରାନ୍ତି ଯୁବ ଛାତ୍ର ସଂଗଠନର ମିଳିତ ଆନୁକୂଳ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁଆମିନ୍ ଖାନ୍ ଙ୍କ ପୈାରହିତ୍ୟରେ ଯୁବ ସମ୍ମିଳନୀ ଓ ଯୁବ କୃତିତ୍ୱ ସମାରୋହ ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଯୁବକ ମାନେ ଆଜିର ଭବିଷ୍ୟତ ବୋଲି କହିବା ସହ ଯୁବକ ମାନଙ୍କ ବିଭିନ୍ନ କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ସମାଜରେ ଯୁବଙ୍କ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ତେଣୁ ଯୁବକ ମାନେ ସବୁ କ୍ଷେତ୍ରରେ ଆଗକୁ ବଢିବାରେ ନେହୁରୁ ଯୁବ କେନ୍ଦ୍ର ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । ସମ୍ମାନୀତ ଅତିଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ସେହିପରି ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଗଂଜାମ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଅକ୍ଷୟ ଭାଷ୍କର ନିପାଣେ, ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ହିସାବ ରକ୍ଷକ ସୁଦାମ ଚରଣ ସାବତ, ସମର୍ଥ ଅନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓ, ଯୁବ ନେତା ଅଶୋକ କୁମାର ସ୍ୱାଇଁ, ସାମ୍ବାଦିକ ସୁଦର୍ଶନ ଛୋଟରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆଭିମୂଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସାହିତ୍ୟକ ଗୈାରହରି ପଣ୍ଡା ସଂଯୋଜନା କରିଥିବା ବେଳେ ଏହି ଅବସରରେ ସଂଗଠନ ପକ୍ଷରୁ ଗଂଜାମ ଜିଲ୍ଲାରେ ସାମ୍ବାଦିକ, ଆଇନଜିବୀ, ସାହିତ୍ୟକ, ସମାଜସେବା, ଚିତ୍ରକଳା, କଳା ଓ ସଂସ୍କୃତି ଏବଂ ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ହାସଲ କରିଥିବା ୭୦ଜଣ ପ୍ରତିଭା ଧାରୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ଉପଢୈକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପଲଟିକ୍ାଲ୍ ସର୍କସର ଦୁଇଜଣ ପ୍ରତିଭା ଡାଙ୍ଗ ଦିପ୍ତୀ ଓ ଚାଙ୍ଗ ଗେମ୍ ଙ୍କ ହାସ୍ୟକଳାରେ ଉପସ୍ଥିତ ଜନସାଧାରଣ ମଜାନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଯୁବ ଛାତ୍ର ସଂଗଠନର ମହେଶ ଗୈାଡ, ପୂଜା ମୁନୀ ଓ ପ୍ରିୟଙ୍କା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।