ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ସମାବେଶ

ଭୁବନେଶ୍ୱର, : ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧାର କୋଷାଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିର୍ଦ୍ଦେଶକ, ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶାର ଅଭିଜିତ ବୋଷ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ଅଭିଭାଷଣରେ କହିଥିଲେ, ଜୀବନରେ ଦୃଢ ସଂକଳ୍ପ ଏବଂ ମନୋବଳ ନେଇ କାର୍ଯ୍ୟ କଲେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରିବ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବିଧୂଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପନିର୍ଦ୍ଦେଶକ, ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶାର ବିମଳ ପାକ୍ଟ୍ରିସା, ପ୍ରଫେସର ରଘୁନାଥ ମଣ୍ଡଳ, ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶାର କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାନ୍ତି ଯୋଗଦେଇ ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଜାଗ୍ରତ କରିଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧାର କୁଳମଣି ମଲ୍ଲିକ, ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସତ୍ୟ ନାରାୟଣ ଶ୍ରୀଚନ୍ଦନ, ଗୋପାଳ ଚନ୍ଦ୍ର ଜାନା, ପୁଷ୍ପଲତା ବେହେରା, ଜାତୀୟ ଯୁବ ସ୍ୱେଚ୍ଛାସେବୀ ମନୋରଞ୍ଜନ ପାତ୍ର, ରଞ୍ଜନ ମହାପାତ୍ର, ଅନନ୍ତ ପ୍ରଧାନ, ମିଲି ଗୁମାନ ସିଂ, ସ୍ୱପ୍ନାରାଣି ଭୋଳ ପ୍ରମୁଖ ପରି•ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ