ଉଚ୍ଛେଦ ହୋଇଥିବା ଶତାଧିକ ପନିପରିବା ବ୍ୟବସାୟୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ପୁରୁଷୋତ୍ତମପୁର ମା’ତରାତାରିଣୀ ପନିପରିବା ସଂଘର ଶତାଧିକ କ୍ଷୁଦ୍ର ବ୍ୟବସାୟୀଙ୍କ ମାର୍କେଟ କମ୍ପେ୍ଲସ୍କୁ ଉଚ୍ଛେଦ କରାଯାଇଛି । ସେମାନଙ୍କୁ କୌଣସି ନୋଟିସ୍ କିମ୍ବା ସୂଚନା ନ ଦିଆଯାଇ ହଠାତ୍ କମ୍ପେ୍ଲସ୍କୁ ଭଙ୍ଗା ଯାଇଛି । ଫଳରେ ଦୀର୍ଘ ୧୫ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ମା’ ଶତାଧିକ କ୍ଷୁଦ୍ର ବ୍ୟବସାୟୀ ଏବେ ବିଭିନ୍ନ ସମସ୍ୟାରୁ ସମ୍ମୁଖୀନ ହେବାକୁ ପଡିଛି । ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ବ୍ୟବସାୟୀଙ୍କ ହିତ ଦୃଷ୍ଟିରେ ଏହି ମାର୍କେଟ କମ୍ପେ୍ଲସ୍କୁ ଉଦ୍ଘାଟନ କରିଥିଲେ । ବ୍ୟବସାୟୀଙ୍କ କୌଣସି ସୂଚନା ପ୍ରଦାନ ନ କରାଯାଇ ଉଚ୍ଛେଦ କରାଯାଇଥିବାରୁ ସମସ୍ତ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଏଥିରେ କିଛି ଅଘଟଣ ଘଟିବ ତେବେ ପ୍ରଶାସନ ଦାୟୀ ରହିବ ବୋଲି ବ୍ୟବସାୟୀମାନେ ଚେତବାନୀ ଦେଇଛନ୍ତି । ଏଣୁ ବ୍ୟବସାୟୀଙ୍କୁ ଥଇଥାନ ବ୍ୟବସ୍ଥା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳଙ୍କୁ ପଠାଇ ଘଟଣା ସଂପର୍କରେ ତଦନ୍ତ କରି ଉଚିତ୍ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବ୍ୟବସାୟୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।


